ତ୍ରିରଙ୍ଗା ଶୋଭାଯାତ୍ରା

ହାଟଡିହି (ଓ୍ବାଇଏନଏସ):- ସମଗ୍ର ଭାରତ ବର୍ଷ ଏକତା ସୂତ୍ରରେ ବାନ୍ଧିବା ସହ ସମସ୍ତ ଭାରତୀୟ ଏକ, ଏହା ସମଗ୍ର ବିଶ୍ଵ ଜାଣିବା ଦରକାର। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ସମଗ୍ର ଦେଶରେ ଚାଲିଛି ତ୍ରିରଙ୍ଗା ଶୋଭାଯାତ୍ରା। ଆଜି ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।  କଲେଜର ଅଧ୍ୟକ୍ଷ ଚିତ୍ତ ରଞ୍ଜନ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ଅଧ୍ୟାପକ ଜନ୍ମଞ୍ଜୟ ପ୍ରଧାନ, ପ୍ରଣୟ କୁମାର ନାୟକ, ବୃନ୍ଦାବନ ଓଝା, ପ୍ରିୟଙ୍କା ମହାନ୍ତି, ରବୀନ୍ଦ୍ର ଜେନା, ଚୁମକିରାଣୀ ନାୟକ, ଚକ୍ରଧର ଦାସ, ସ୍ୱାଗତିକା ନାୟକ, ଜଲଧର ଦାଶ,  ଅଜୟ ଦାଶ,  ଗଙ୍ଗାଧର ପରିଡା, ଜ୍ୟୋତିର୍ମୟୀ ମଲ୍ଲିକ, ଗୌରାଙ୍ଗ ଚରଣ ନାୟକ, ନୀଲମ ସୱନ୍ୟ, ଦ୍ୱାରିକା ପ୍ରସାଦ ଦାସ, ମେନାକାରଣୀ ଧୁରୁଆ, ସନାତନ ଖୁଣ୍ଟିଆ, ଲିପ୍ସା ପ୍ରିୟଦର୍ଶିନୀ ବେହେରା, ମିନତି ବେହୁରିଆ, ପୂର୍ଣ୍ଣ ଚନ୍ଦ୍ର ବେହେରା, ମହେଶ୍ୱତା ଶର୍ମା, ଅଞ୍ଜନ ମହାନ୍ତି, ସରିତା ପଣ୍ଡା, ଅନନ୍ତ ଚନ୍ଦ୍ର ବେହେରା, ସୌଭାଗ୍ୟ ରଞ୍ଜନ ଜେନା, ରଘୁନାଥ ରାଉତ, ଘନଶ୍ୟାମ ମୁଖୀ, ଶିବପ୍ରିୟା ଧଳ, ବିଭୂତି ଭୂଷଣ ପହି, ପ୍ରଶାନ୍ତ ମୁଖି, ସତ୍ୟାନନ୍ଦ ନାୟକ, ଭଗ୍ୟଲକ୍ଷ୍ମି ନାୟକ ପ୍ରମୁଖ ସାମିଲ ହୋଇ ଭାରତ ମାତାର ଜୟଗାନ କରି ହାଟଡିହି ରୁ ଛେନାପଦି ଛକ ପର୍ଯ୍ୟନ୍ତ ଯାଇଥିଲେ। ୧୫୦ଫୁଟ ର ତ୍ରିରଙ୍ଗା ପତାକାକୁ ସାଙ୍ଗରେ ଧରି ୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ  ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ