ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ଠାରେ ଗୁରୁବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଦିଗପହଣ୍ଡି ନଗର ଶାଖା ପକ୍ଷରୁ ଅଖଣ୍ଡ ଭାରତ ସଂକଳ୍ପ ମାଧ୍ୟମରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୋଭାଯାତ୍ରା ସ୍ଥାନୀୟ  ନୂଆ ବସଷ୍ଟାଣ୍ଡ ଠାରୁ ବାହାରି ପୁଞ୍ଜିକୟାଁ ଛକ, ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।  ବହୁ ସଂଖ୍ୟକ ବିଦ୍ୟାର୍ଥୀ ଶୋଭାଯାତ୍ରା ରେ ସାମିଲ ଥିଲେ। ବିଦ୍ୟାର୍ଥୀ ପରିଷଦ ଗଞ୍ଜାମ ବିଭାଗ ସଙ୍ଗଠନ ସମ୍ପାଦକ ଚନ୍ଦନ କୁମାର ମାଇତି,  ସୋସିଆଲ ମିଡ଼ିଆ ରାଜ୍ୟ ସଂଯୋଜକ ତଥା ଗଞ୍ଜମ ବିଭାଗ ସହ ସଂଯୋଜକ ସୁନୀଲ କୁମାର ଦୋରା, ଭାଜପା ରାଜ୍ୟ ପରିଷଦ ସଦସ୍ୟ ପରେଶ ଚନ୍ଦ୍ର ରଥ, ଜିଲା ସହ- ସଂଯୋଜକ ଅମିତ କୁମାର ରଥ, ଗଞ୍ଜାମ ଜିଲା ସୋସିଆଲ ମିଡ଼ିଆ ସଂଯୋଜକ ନୀଳମାଧବ ପାଣିଗ୍ରାହୀ, ଦିଗପହଣ୍ଡି ନଗର ସଭାପତି ଅଶୋକ କୁମାର ଦୋରା, ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ ଖଣ୍ଡ ମହାବିଦ୍ୟାଳୟ ପ୍ରମୁଖ ଧର୍ମେନ୍ଦ୍ର ଦୋରା,ଆଦିତ୍ୟ ଗୌଡ,ରାହୁଲ ଜେନା , ଚନ୍ଦ୍ର ଶେଖର ଦାଶ,ଆଶିଷ ଦୋରା, ହରେକୃଷ୍ଣ ଦୋରା  ,ବିଜୟ ଦୋରାପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ