ବୁଗୁଡାରେ “ଅପରେସନ ସିନ୍ଦୂର”ର ସଫଳତା ପାଇଁ ତ୍ରିରଙ୍ଗା ଶୋଭାଯାତ୍ରା

ବୁଗୁଡା(ଅନୀଲ କୁମାର ମହାରଣା): “ଅପରେସନ ସିନ୍ଦୂର”ର ସଫଳତା ଉଦ୍ଦେଶ୍ୟରେ ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ମଇ ୨୦ ତାରିଖ ଦିନ ଗଞ୍ଜାମ ଜିଲ୍ଲାର ବୁଗୁଡା ସହରରେ ଅନୁଷ୍ଠିତ ହୋଇଯାଇଛି। ଅପରେସନ ସିନ୍ଦୂର ଯୋଗୁଁ ଆତଙ୍କବାଦିଙ୍କ ନିପାତ ହେବା ସହ ଆତଙ୍ଗବାଦୀ ଆଡ୍ଡାକୁ ଧ୍ୱଂସ କରିଥିବା ଭାରତ ମାତାର ବୀର ସୈନିକମାନଙ୍କ ପଦକ୍ଷେପକୁ ସମର୍ଥନ ଏବଂ ଉତ୍ସାହିତ କରିବା ନିମନ୍ତେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ଯମ ଉଦ୍ୟୋଗ ବିଭାଗର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ଓ  ବୁଗୁଡା ନଗର ସଭାପତି କେଦାରନାଥ ମହାରଣାଙ୍କ  ତତ୍ତ୍ୱାବଧାନରେ ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ହଜାର ହଜାର ଲୋକଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ସାମିଲ ହୋଇ ବିରଞ୍ଚିନାରାୟଣ କଲ୍ୟାଣ ମଣ୍ଡପ ଠାରୁ ବିରାଟ ପଦଯାତ୍ରାରେ ବାହାରି  ସହର ପରିକ୍ରମା କରି   ହାଇସ୍କୁଲ ଛକ , ବୁଗୁଡ଼ା ବସଷ୍ଟାଣ୍ଡ, ମୁଖ୍ୟ ସଡ଼କ ଦେଇ ମଦନମୋହନ ଛକ ଠାରେ ପହଞ୍ଚି ଏକ ସଭାର ଆୟୋଜନ କରି ଭାରତର ବୀର ଯବାନଙ୍କ ବୀରତ୍ୱର ଗାଥା ଗାଇ, ଦେଶ ପାଇଁ ବଳିଦାନ ଦେଇଥିବା ସୈନିକ ମାନଙ୍କୁ ପ୍ରଣିପାତ କରି ସେମାନଙ୍କ ପାଇଁ ଆମେ ସୁରକ୍ଷିତ ବୋଲି ପ୍ରକାଶ କରିଥିଲେ। ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ଉପସଭାପତି ପ୍ରଭାକର ପଣ୍ଡା, ବୁଗୁଡା ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ ନୀଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗଙ୍ଗାଧର ନାୟକ, ବ୍ଳକ ବିଧାୟକ ପ୍ରତିନିଧି ହରିହର ସାହୁ, ଏନ୍ଏସି ବିଧାୟକ ପ୍ରତିନିଧି ୟୁ ଯଜ୍ଞ ନାରାୟଣ ପାତ୍ରଙ୍କ ସମେତ ଅଙ୍ଗନବାଡ଼ି କର୍ମୀ,  ସିଆରପି, ଏମବିକେ ଓ ଆଶା କର୍ମୀଙ୍କ ସହ ସ୍ଥାନୀୟ ଜନସାଧାରଣ ଏହି ଶୋଭାଯାତ୍ରାରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ