ହାଟଡିହି ରେ ତ୍ରିରଙ୍ଗା ଶୋଭାଯାତ୍ରା

ହାଟଡିହି (ବିକାଶ ବିଶ୍ବାଳ): ପହଲଗାମରେ ଆତଙ୍କୀ ଆକ୍ରମଣ ପରେ , ସିନ୍ଦୂରର ନାଁ ନେଇ ପାକିସ୍ତାନ ଉପରେ ହମଲା କରିଛି ଭାରତ। ଅପରେସନ ସିନ୍ଦୂରର ସଫଳତା ପରେ ଭାରତୀୟ ସେନାର ମନୋବଳକୁ ଦୃଢ କରିବା ପାଇଁ ରାଜ୍ୟର ତଥା ଦେଶର ସମସ୍ତ ଜାଗାରେ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଉଛି ଏହି ପରିପ୍ରେକ୍ଷୀରେ  ହାଟଡିହି ବ୍ଲକ ହାଟଡିହି ପଞ୍ଚାୟତ ପକ୍ଷରୁ ଆଜି ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଯୁଧିଷ୍ଟିର ମଲ୍ଲିକ,  ତୃପ୍ତିମୟୀ ଜେନା,ଶୁଶାନ୍ତ ଜେନା,ପ୍ରଦୀପ କୁମାର ଜେନା,ଅଜୟ କୁମାର ସାହୁ, ଗୋପାଳକୃଷ୍ଣ ସେନାପତି, ଦୀପକ କୁମାର ଜେନା, ରାଜେନ୍ଦ୍ର ଦାସଙ୍କ ସମେତ ଶତାଧିକ ଲୋକ ଏହି ଶୋଭାଯାତ୍ରାରେ ସାମିଲ ହୋଇ ହାଟଡିହି, ଗୋପ, ଅଣା , ଜଳକଳଙ୍ଗ, ମଠ,କପୁଣ୍ଡି, ଆଦି ଗ୍ରାମଦେଇ ପଞ୍ଚାୟତ ପରିକ୍ରମା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ