ଯୋଡ଼ାରେ ତ୍ରିରଙ୍ଗା ଶୋଭାଯାତ୍ରା

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଅପରେସନ ସିନ୍ଦୂର ସଫଳତା ପରେ ଦେଶ ର ଯବାନ ଙ୍କ ବିରତ୍ଵ କୁ ସମ୍ମାନ ଜଣାଇ  ଯୋଡା ସହର ରେ ଜାତି ଧର୍ମ,ବର୍ଣ୍ଣ,ଦଳ ନିର୍ବିଶେଷରେ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମ ଯୋଗୁଁ ଆଜି ଦେଶବାସୀ ଗର୍ବିତ। ଭାରତର ସାର୍ବଭୌମତ୍ୱ ଓ ଭାରତୀୟଙ୍କ ସୁରକ୍ଷା ପାଇଁ ସେନାବାହିନୀର ଏହି ଦେଶଭକ୍ତି ଓ ବୀରତ୍ୱକୁ ସମ୍ମାନ ଜଣାଇ ରବିବାର ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୋଡ଼ା ନଗରରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା  ଅନୁଷ୍ଠିତହୋଇଯାଇଛି । ପହଲଗାମ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୂର ଜରିଆରେ ଆତଙ୍କବାଦୀଙ୍କ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ୱର ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଛି । ଭାରତ କିପରି ନିଜ ନାଗରିକଙ୍କୁ ସୁରକ୍ଷିତ ରଖିବା ସହ ବିଶ୍ବରେ ନିଜର ସ୍ବାଭିମାନକୁସୁରକ୍ଷିତ ରଖିପାରିଛି ବୋଲି ଏହାକୁ ଉପସ୍ଥାପନା କରାଯାଇଛି । ଏହି ଶୋଭାଯାତ୍ରା ଯୋଡ଼ା ଲକ୍ଷ୍ମୀ ପଡିଆ ଠାରୁ ଆରମ୍ଭ ହୋଇଥିଲା ।  ତ୍ରିରଙ୍ଗା ଶୋଭାଯାତ୍ରା ଯୋଡ଼ା ସହର ପରିକ୍ରମା କରିଥିଲେ। ଭାରତ ମାତା କି ଜୟ, ବନ୍ଦେ ମାତରମ୍‌ ଧ୍ୱନିରେ ସହର  ପ୍ରକମ୍ପିତ ହୋଇ ଉଠି ଥିଲା। ବହୁ ସଂଖ୍ୟାରେ ସ୍ଥାନୀୟ ଜନତା, ବିଭିନ୍ନ ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ ସଂଗଠନ ଏବଂ  ମହିଳା ମାନେ ଏହି ରାଲିରେ ଯୋଗଦେଇଥିଲେ। ସହର ପରିକ୍ରମା ପରେ ଯୋଡ଼ା କଲ୍ୟାଣ ମଣ୍ଡପ ଏହି ରାଲି ଶେଷ ହୋଇଥିଲା  । ଏହି  ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଯୋଡ଼ା ନଗର ବିଜେପିସଭାପତିପାର୍ଥସାରଥି ଷଡ଼ଙ୍ଗୀ, ରବୀନ୍ଦ୍ର କୁମାର ଦାସ, ବି ଏନ ଦାଶ,ଚର୍ଚ୍ଚିଲ ମହାକୁଡ, ମହେନ୍ଦ୍ର ମହାପାତ୍ର, ଅନନ୍ତ ଟୁଡୁଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇଥିଲେ। ବିଭିନ୍ନ ସେଚ୍ଛାସେବୀ ସଂଗଠନ ଏବଂ ସାଧାରଣ ନାଗରିକ ସାମିଲ ହୋଇ ଜାତୀୟ ପତାକା ଧରି ପାକିସ୍ଥାନ ବିରୁଦ୍ଧରେ ଏବଂ ଭାରତୀୟ ସେନା ସପକ୍ଷରେ ବିଭିନ୍ନ ସ୍ଳୋଗାନ ଦେଇଥିଲେ । ଏହି ଶୋଭାଯାତ୍ରାରେ ଜନସାଧାରଣଙ୍କ ମନରେ ଅପୂର୍ବ ଉତ୍ସାହ, ଉଦ୍ଦୀପନା ଓ ବିଜୟର ଆନନ୍ଦ ସହ ଦେଶପ୍ରେମର ମନୋଭାବ ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ