ଝାନ୍ସୀରାଣୀଙ୍କ ନେତୃତ୍ୱରେ ତ୍ରିରଙ୍ଗା ଶୋଭାଯାତ୍ରା

ହାଟଡିହି,(ଓ୍ବାଇଏନଏସ) : ସମଗ୍ର ଭାରତ ବର୍ଷ ଏକତା ସୂତ୍ରରେ ବାନ୍ଧି ବାନ୍ଧିବା ସହ ସମସ୍ତ ଭାରତୀୟ ଏକ, ଏହା ସମଗ୍ର ବିଶ୍ବ ଜାଣି ଜାଣିବା ଦରକାର । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସମଗ୍ର ଦେଶରେ ଚାଲିଛି ତ୍ରିରଙ୍ଗା ଶୋଭାଯାତ୍ରା। ହାଟଡିହି ବ୍ଲକରେ ସମାଜ ସେବୀ ଝାନ୍ସୀରାଣୀଙ୍କ ନେତୃତ୍ୱରେ  ଛେନାପଦି ତାରିଣୀ ମନ୍ଦିର ଠାରୁ ହାଟଡିହି ଅଣାମଠ ପର୍ଯ୍ୟନ୍ତ ହରଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ କବୟିତ୍ରୀ ବିଦ୍ୟୁତ୍ ପ୍ରଭା ଦେଓ, କର୍ମୀ କୈଲାସ ସାମଲ, ପ୍ରେମାନନ୍ଦ ମିଶ୍ର, ନାରାୟଣ ବାରିକ୍, ଅଲେଖ ଚନ୍ଦ୍ର ପାତ୍ର, ରତ୍ନାକର ସାହୁ, ପଦ୍ମିନ ପାତ୍ର,ଭାଗୀରଥୀ ମହାନ୍ତି, ପ୍ରଫୁଲ୍ଲ ମିଶ୍ର, ବିଶୁ ବେହେରା ଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ବରିଷ୍ଠ କର୍ମୀ, ମହିଳା, ବରିଷ୍ଠ ନାଗରିକ  ସାମିଲ ହୋଇ ଭାରତ ମାତାର ଜୟଗାନ କରି ହାତରେ ତ୍ରିରଙ୍ଗା ଧରି ଛେନାପଦି ତାରିଣୀ ମନ୍ଦିର ଠାରୁ ହାଟଡିହୀ ଅଣାମଠ ପର୍ଯ୍ୟନ୍ତ ଶୋଭଯାତ୍ର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ