ତ୍ରିଲୋକ୍ୟପୁର ଭତ୍ତା କେଳେଙ୍କାରୀ ଘଟଣା: ପୂର୍ବତନ ଏଡିଇଓ ନିଲମ୍ବିତ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅଧିନ ତ୍ରିଲୋକ୍ୟପୁର ଗ୍ରାମ ପଂଚାୟତରେ ଭତ୍ତା କେଳେଙ୍କାରୀ ଘଟଣାରେ ପୂର୍ବତନ ତ୍ରିଲୋକ୍ୟପୁର ଏଡିଇଓ( ଏକାଉଣ୍ଟାଟ-କମ- ଡାଟା ଏଣ୍ଟ୍ର୍ରି ଅପରେଟର) କଳ୍ପନା ଲେଙ୍କାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ ରଘୁରାମ ଆର. ଆୟର। ପ୍ରକାଶ ଥାଉ କି କଳ୍ପନା ଲେଙ୍କା ହିତାଧିକାରୀଙ୍କ ଭତ୍ତାଟଙ୍କା ବାବଦକୁ ୧ ଲକ୍ଷ ୧୬ ହଜାର ଟଙ୍କା ହେରଫେର କରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। ଭତ୍ତାଟଙ୍କା ହେରଫେର କରୁଥିବା ନେଇ ହିତାଧିକାରୀ ମାନେ ବିଡିଓ ରାଜକନିକାଙ୍କ ପାଖରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ତଦନ୍ତରୁ ଭତ୍ତା ଟଙ୍କା ହେରଫେର କରିଥିବା ସ୍ପଷ୍ଟ ହୋଇଥିଲା। ବର୍ତ୍ତର୍ମାନ ସେ ବରଡିଆ ପଂଚାୟତରେ କାର୍ଯ୍ୟରତ ଅଛନ୍ତି।


