ତ୍ରିପାକ୍ଷିକ ବୈଠକ ବିଫଳ: ଆନ୍ଦୋଳନକୁ ଓହ୍ଲାଇବେ ମତ୍ସ୍ୟଜୀବୀ

ଛତ୍ରପୁର, (ଓ୍ବାଇଏନଏସ):  ଗୋପାଳପୁର ବନ୍ଦର କର୍ତ୍ତୃ ପକ୍ଷ ଙ୍କ ମନମୁଖି କାର୍ଯ୍ୟ ଓ ଜିଲ୍ଲା ପ୍ରଶାସନ ର ନୀରବତାକୁ ନେଇ ମଙ୍ଗଳବାର ଆନ୍ଦୋଳନକୁ ଓଲ୍ଲାଇବେ ବୋଲି ମତ୍ସ୍ୟଜିବି ମାନେ ଡାକରା ଦେଇଛନ୍ତି, ଏନେଇ ପ୍ରଶାସନ ର ମୁଣ୍ଡବ୍ୟଥା କାରଣ ହୋଇଥିବାରୁ ସୋମବାର ଅପରାହ୍ନ ରେ ଆର୍ଯ୍ୟପଲ୍ଲୀ ପଂଚାୟତ କାର୍ଯ୍ୟାଳୟ ପରିସର ରେ  ପଂଚାୟତ ର ଭଦ୍ରବ୍ୟକ୍ତି, ଗୋପାଳପୁରବନ୍ଦର କର୍ତ୍ତୃପକ୍ଷ, ପ୍ରଶାସନ ର ତ୍ରୀପାକ୍ଷିକ ବୈଠକ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିଲା, ଏଥିରେ ମତ୍ସ୍ୟ ଜିବି କୂଳ ଲଙ୍ଘିବା ଠାରୁ ଆରମ୍ଭ କରି ଜେଟି ଖନନ ପର୍ଯ୍ୟନ୍ତ ବିଭିନ୍ନ ଦାବୀ ସମ୍ପର୍କ ରେ ଗୋଟି ଗୋଟି କରି ଉପସ୍ଥାପନା କରିଥିଲେ, ବନ୍ଦର କର୍ତ୍ତୃପକ୍ଷ କିପରି ସେମାନଙ୍କୁ ପ୍ରତିଶୃତି ଦେଇ ଧୋକା ଦେବା କଥା ମଧ୍ୟ ବହୁ ଭଦ୍ର ବ୍ୟକ୍ତି ମାନେ କହିଥିଲେ, ଗୋଟେ ପଟେ ସେମାନଙ୍କ ପେଟ ପାଟଣା  ନିମନ୍ତେ ଚିନ୍ତା ରହିଥିବା ବେଳେ ଅନ୍ୟପଟେ  ଆର୍ଯ୍ୟପଲ୍ଲୀ ଲୀନ ହେବାର ଆଶଙ୍କା ନେଇ ବହୁତ ଭୟ ଭିତ ରହିଛନ୍ତି, ବାରମ୍ବାର ସେମାନେ ଜିଲ୍ଲା ପ୍ରଶାସନ ଓ ବନ୍ଦର କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଉପଜିଲ୍ଲାପାଳଙ୍କ ପଂଚାୟତ ବାସୀ ଦୃଷ୍ଟି ଆକର୍ଷଣ କରିଥିଲେ, ପ୍ରଶାସନ ଏବଂ ବନ୍ଦର କର୍ତ୍ତୃପକ୍ଷ ବହୁ ବୁଝାସୁଝା କରାଯାଇଥିଲେ ମଧ୍ୟ ସେମାନେ ସେମାନଙ୍କ ଜିଦ ରେ ଅଟଳ ରହିଥିଲେ, ଦୀର୍ଘଘଣ୍ଟା ଧରି ଚାଲିଥିବା ବୈଠକ ଏକ ପ୍ରକାର ବିଫଳ ହୋଇଥିଲା,   ଜୁନ ୨୪ ତଥା ମଙ୍ଗଳବାର ସେମାନଙ୍କ ୫ଟି ଦାବୀ ନେଇ ଗୋପାଳପୁର ବନ୍ଦର ର ମୁଖ୍ୟ ଫାଟକ ସମ୍ମୁଖରେ ଗଣ ଧାରଣା ଦେବେ ବୈଠକ କହିଥିଲେ, ଏହି ଆନ୍ଦୋଳନ ରେ  ୨୭ଖଣ୍ଡ ଗାଁ ର ହଜାର ହଜାର ମତ୍ସ୍ୟଜିବି ମାନେ ସାମିଲ ହେବେ , ଏଥି ସକାଶେ ଧେଣ୍ଡୁରା ସହ ଡାକବାଜି ଯନ୍ତ୍ର ମାଧ୍ୟମରେ କୁହାଯାଇଛି, ସମସ୍ତ କାମକୁ ନ ଯାଇ ଆନ୍ଦୋଳନ ରେ ସାମିଲ ହେବେ ବୋଲି ପଂଚାୟତ ର ଭଦ୍ର ବ୍ୟକ୍ତି ମାନେ ସୂଚନା ଦେଇଛନ୍ତି, ଏହି ତ୍ରିପାକ୍ଷିକ ବୈଠକ ରେ ଛତ୍ରପୁର ଉପଜିଲ୍ଲାପାଳଙ୍କ ସହ ସରପଞ୍ଚ ତ୍ରିଲୋଚନ ବେହେରା, ଛତ୍ରପୁର ତହସିଲଦାର ସମ୍ବିତ ସଂଗ୍ରାମଜୀତ ସାହୁ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ପୋଲିସ ଥାନା ଅଧିକାରୀ, ଗୋପାଳପୁର ବନ୍ଦର ଉଚ୍ଚ ପଦସ୍ଥ ଅଧିକାରୀ ଓ ଆର୍ଯ୍ୟପଲ୍ଲୀ ପଂଚାୟତ ବହୁ ଭଦ୍ର ବ୍ୟକ୍ତି ଏବଂ ଯୁବକ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ