ଗଜପତିରେ ଭାରସାମ୍ୟ ହରାଇ ଘାଟିରୁ ୩୦ ଫୁଟ୍ ତଳକୁ ଖସିଲା ଟ୍ରକ୍

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ମୋହନା ଥାନା ଅଧୀନରେ ପୃଥକ ଦୁର୍ଘଟଣା ଘଟିଛି। ଜରଉ ଘାଟିରେ ଘାଟିରୁ ଟ୍ରକ୍ ୩୦ ଫୁଟ୍ ତଳକୁ ଖସି ଦୁର୍ଘଟଣାଗସ୍ତ ହୋଇଛି। ଟ୍ରକରେ ଥୁବା ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଟ୍ରକ୍ ଚାପାରେ ଗୋଟିଏ ଗାଈର ମୃତ୍ୟୁ ହୋଇଛି। ସେହିପରି ପଦାଗାଁ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇ ୫ ଗୁରୁତର ଆହତ ହୋଇଛନ୍ତି। ଗୋବିନ୍ଦପୁର ପଞ୍ଚାୟତ ଶାଧିନଗର ଜରଉ ଘାଟିରେ ୩୦ ଫୁଟ୍ ତଳକୁ ଖସିଲା ଜନା ବୋଝେଇ ଟ୍ରକ୍। ମୋହନାରୁ ଗଞ୍ଜାମ ଜିଲ୍ଲା ବଡ଼ଗଡ଼, ସୋରଡ଼ା ଯିବାବେଳେ ଘାଟିରେ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍ ଚାଳକ ଜି.ପାଥୁଆ ରାଜି(୩୮) ଚାପି ହୋଇ ଗାଡ଼ି ଭିତରେ ରହିଯାଇଥିଲେ। ସ୍ଥାନୀୟ ଲୋକ ଓ ପୁଲିସ କର୍ମଚାରୀ ପହଞ୍ଚି ଉଦ୍ଧାର କରିଛନ୍ତି। ସେହିପରି ଟ୍ରକରେ ଥିବା ଅନ୍ୟ ଜଣେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଉଦ୍ଧାର କରି ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି. ଅନ୍ୟ ରାସ୍ତା କଡ଼ରେ ଗୋରୁ ଚରୁଥିଲେ। ଟ୍ରକ ତଳେ ଚାପି ହୋଇ ଗୋଟିଏ ଗାଈର ମୃତ୍ୟୁ ଘଟିଛି। ଘଟଣା ସ୍ଥଳେ ମୋହନା ପୁଲିସ ତଦନ୍ତ କରୁଛି.ସେହିପରି ଅଡ଼ବା ଥାନା ପଦାଗାଁ ନିକଟରେବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଦୁଇ ବାଇକ୍‌ରେ ଥିବା ୬ଜଣଙ୍କ ମଧ୍ୟରୁ ୫ ଗୁରୁତର ଆହତ ହୋଇଛନ୍ତି। ମୋହନାର ରିତେଶ ନାୟକ (୨୦), ଆମାଶ ନାୟକ (୧୮), ଭୁରୁଡି ଗାଁର ଜିରିମିୟା ମାଝୀ (୧୮), ଆମାଶ ମାଝୀ (୧୮) ଓ ସଞ୍ଜୀବ ନାୟକ (୧୮) ଗୁରୁତର ଆହତଙ୍କୁ ମୋହନା ଡାକ୍ତରଖାନାରୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ