କ୍ବାଣ୍ଟର-ଭ୍ୟାନ ମୁହାଁମୁହିଁ ଧକ୍କା : ୩୧ ଆହତ, ୫ ଗୁରୁତର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତା କଇଠଡା ପଞ୍ଚାୟତ ଝାଟିପିଟିଆ ଗ୍ରାମ ନିକଟରେ ରବିବାର ପୁର୍ବାହ୍ନ ପ୍ରାୟ ୯ ଟାରେ ଏକ ଯାତ୍ରୀବାହୀ କ୍ଯାଣ୍ଟର ସହ ପିକ୍ଅପ୍ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଶକ୍ତ ଥିଲା ଯେ ଭ୍ୟାନ ଟି ରାସ୍ତାକଡ ରେ ଓଲଟି ପଡ଼ିଥିଲା। କ୍ୟାଣ୍ଟର ର ସମ୍ମୁଖ ଭାଗ ଚୂରମାର ହୋଇଯାଇଥିଲା। ଭ୍ୟାନ ଚାଳକ ସମେତ ଯାତ୍ରୀବାହୀ କ୍ୟାଣ୍ଟର ରେ ଥିବା ୩୧ ଜଣ ଯାତ୍ରୀ ଆହତ ହୋଇଥିଲେ। ହୋଇଛନ୍ତି । କ୍ଯାଣ୍ଟର ନଂ. ( ଓଆର୍୦୭ଜେ ୩୩୩୮)ଟି ୩୧ ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଚିକିଟି ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଭ୍ୟାନ ନଂ. ( ଓଡି୧୭ ଏଏଫ୍- ୮୨୦୭) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦିଗପହଣ୍ଡି  ଅଗ୍ନିଶମ ବାହିନୀ ଓ ପୁଲିସ ଟିମ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଓ ବମକୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ୮ ଡାକ୍ତର ନିଯୁକ୍ତ ଥିବା ସତ୍ତ୍ବେ କେବଳ ଦନ୍ତ ଚିକିତ୍ସକ ଡ଼ା.ଅଜିତ କୁମାର ରଥ ଉପସ୍ଥିତ ଥିବାରୁ ଦିଗପହଣ୍ଡି ଏନଏସି ଉପାଧ୍ୟକ୍ଷା ପ୍ରତିନିଧି କେ. କୁନା ପ୍ରମୁଖ ବହୁ ସଂଖ୍ୟକ ସହରବାସୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପାଟିତୁଣ୍ଡ କରିଥିଲେ। ଆହତ ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା। ଖବରପାଇ ଖଣି,ଇସ୍ପାତ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା,ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର,ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ,ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାର ବଡ଼ ଡାକ୍ତରଖାନା ରେ ପହଞ୍ଚି ଚିକିତ୍ସାଧୀନ ଆହତ ମାନଙ୍କୁ ଭେଟି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।ଜିଲାପାଳ ଗୁରୁତର ଆହତ ମାନଙ୍କୁ ୩୦ ହଜାର ଏବଂ ଅନ୍ୟ ଆହତ ମାନଙ୍କୁ ୨୦ ହଜାର ଟଙ୍କା ରେଡକ୍ରସ ପାଣ୍ଠି ରୁ ଅନୁକମ୍ପା ମୂଳକ ଚିକିତ୍ସା ସହାୟତା ଦିଆଯିବ ବୋଲି ଘୋଷଣା କରିଥିବା ଜଣାପଡିଛି ।ଦିଗପହଣ୍ଡି ପୁଲିସ  ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡିକୁ ଜବତ କରି  ତଦନ୍ତ ଚଳାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ