ଟ୍ରଷ୍ଟ ପକ୍ଷରୁ ମେଧାବୀ ଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ ଗରୀବ ମେଧାବୀ ଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ସୁଦୂର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟର ଟ୍ରଷ୍ଟି ଭୁବନମୋହନ ଦାସ ବସପୁରଗ୍ରାମସ୍ଥିତ ଦିଲ୍ଲିପ କୁମାର ନାୟକଙ୍କ ଘରେ ପହଞ୍ଚି ତାଙ୍କ ଝିଅ ତଥା କେନ୍ଦ୍ରାପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟର +୨ ବିଜ୍ଞାନ ଛାତ୍ରୀ ବର୍ଷାପ୍ରିୟଦର୍ଶିନୀ ନାୟକଙ୍କୁ ୩ହଜାର ଟଙ୍କା ମେଧାବୃତ୍ତି ପ୍ରଦାନ କରିବା ସହ ତାଙ୍କର ଉତରତ୍ତୋର ଉନ୍ନତିକାମନା କରିଥିଲେ।


