ତୁଳସୀପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ
କଟକ, (ଓ୍ବାଇଏନଏସ): କଟକ ଟାଙ୍ଗୀ ଚୌଦ୍ବାର ବ୍ଲକ ଅଧିନ ଅନୁ ସୁଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟା ଲଘୁ ଓ ପଛୁଆବର୍ଗ ବିଭାଗ ଦ୍ଵାରା ପରିଚାଳିତ ତୁଳସୀପୁର ଆଶ୍ରମ ବିଦ୍ୟାଳୟରେ ଶୁକ୍ରବାର ଦିନ ବାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ମହାସମାରୋହରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଧାନ ଶିକ୍ଷକ ଶେଷଦେବ ପ୍ରଧାନ ଅଧ୍ୟକ୍ଷତା କରିଥିବାବେଳେ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟଅତିଥୁ ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ମୁଖ୍ୟବକ୍ତା ଭାବେ ଜିଲ୍ଲା ମଙ୍ଗଳ ଅଧୁୂକାରୀ ମଧୁସ୍ମିତା ମହାପାତ୍ର, ସମ୍ମାନିତ ଅତିଥି ଭାବେ ଟେଟ୍ରାହେଡ୍ରନ ଶିକ୍ଷା ଅନୁଷ୍ଠାନର ଅଧ୍ଯକ୍ଷ ତ୍ରିଦେବ ବେହେରା, ସ୍ଥାନୀୟ ସରପଞ୍ଚ ଦିପ୍ତିମୟୀ ବେହେରା, ପାକ୍ତନ ସରପଞ୍ଚ ସୁବୋଧ ସାମଲ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପାରିତୋସ ପାଣିଗ୍ରାହୀ ବକ୍ତବ୍ୟ ଛଳରେ ଶିକ୍ଷା ହିଁ ସମ୍ପଦ ବୋଲି ପିଲା ମାନଙ୍କୁ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥୂ ଭାବେ ବିଇଓ ପ୍ରଭାତ ନାୟକ, ଡବ୍ଲୁଇଓ ସସ୍ମିତା ସ୍ବାଇଁ, ଭେଙ୍କେଟେଶ୍ବର ଇଂଲିଶ ମିଡିୟମ ସ୍କୁଲ ଅଧ୍ୟକ୍ଷ, ପ୍ରସାଦ ରଞ୍ଜନ ପାତ୍ର, ବିଶ୍ବନାହାକାଣୀ କଲେଜ ଅଧ୍ଯକ୍ଷ ଡ: ସବ୍ଦିଦାନନ୍ଦ ପ୍ରଧାନ ଓ ସିଆରସିସି ବଂଶୀଧର ସ୍ୱାଇଁ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ଓ ଶିକ୍ଷାର ବିକାଶ ଉପରେ ଆଲୋକପାତ କରିଥିଲେ। କେବଳ ଶିକ୍ଷକ ନୁହେଁ ପିଲାର ଭବିଷ୍ୟତ ଗଠନରେ ଅଭିଭାବକ ମାନଙ୍କର ପ୍ରମୁଖ ଭୂମିକା ରହିଥିବା ସହ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଦୂରତା କମିବା ଓ ଶିକ୍ଷାର ଅଗ୍ରଗତି ସମ୍ବନ୍ଧରେ ପିଲା ଓ ସ୍କୁଲ ସହ ଯୋଗାଯୋଗ ରଖିବା ପାଇଁ କହିଥିଲେ । ଏହି ଅବସରରେ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇ ଥିବା ଛାତ୍ରଛାତ୍ରୀଙ୍କୁ ଅତିଥ୍ଙ୍କ ଦ୍ବାରା ପୁରସ୍କୃତ କରାଯାଇଥୁଲା। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ଯରେ ଶିକ୍ଷୟତ୍ରୀ ସୁଖ ଲତା ରାଉତ, ତନୁଜା ଷଢଙ୍ଗୀ, ରୂପ ମୁର୍ମୁ, ଜଗନ୍ନାଥ ବାରିକ, ପ୍ରତାପ ବେହେରା, ସୁଦର୍ଶନ ପୃଷ୍ଟି, ଜୟଶ୍ରୀ ପୃଷ୍ଟି,, ମିଞ୍ଜୁଲତା ସାହୁ ଓ ଅଣଶିକ୍ଷକ ମଳୟ ରାଉତ, ବିରଞ୍ଚି ନାରାୟଣ ବାରିକ, ସୁକମତି ତିରିଆ, ସୁରୁ ସୀଙ୍କୁ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।


