ସୁନ୍ଦରାପାଳରେ ଧର୍ମାନ୍ତିକରଣକୁ ନେଇ ଉତ୍ତେଜନା

ହାଟଡିହି (ବିକାଶ ବିଶ୍ବାଳ) ସୋସୋ ଥାନା ସୁନ୍ଦରାପାଳରେ ଧର୍ମାନ୍ତିକରଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ବାହାର ଅଞ୍ଚଳର କିଛି ବ୍ୟକ୍ତି ଏ ଅଞ୍ଚଳକୁ ଆସି ଲୋକଙ୍କୁ ଆର୍ଥିକ ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତ୍ତନ କରାଉଛନ୍ତି। ଛୁଆ ଙ୍କୁ ପାଠ ପଢ଼ାଇବା ବାହାନାରେ ଜଣେ ଯୁବକ ଏହି କାର୍ଯ୍ୟରେ ସାମିଲ ଥିବା ଅଭିଯୋଗ ହେଉଛି। ଛୁଆଙ୍କୁ ଶିକ୍ଷାଦାନ ସମୟରେ ବଡ ହେଲେ ଧର୍ମ ପରିବର୍ତ୍ତନ କଲେ କି କି ସହାୟତା ଦିଆଯିବ ସେନେଇ ପ୍ରଲୋଭାନ ଦେଖାଯାଉଛି। ଗତ କିଛି ବର୍ଷ ଭିତରେ ଶତାଧିକ ପରିବାର ଧର୍ମ ପରିବର୍ତ୍ତନ କଲେଣି। ପଥରଗଦା ସାହିରେ ଦୁଇ ଦିନ ହେଲା କିଛି ବ୍ୟକ୍ତି ଆସି ଏଠାରେ ଧର୍ମାନ୍ତିକରଣ କାର୍ଯ୍ୟ କରୁଥିଲେ। ଯେଉଁଥିରେକି ଶହଶହ ଆଦିବାସୀ ସାମିଲ ହୋଇଥିଲେ। ପ୍ରତି ମାସରେ ଏପରି କାର୍ଯକ୍ରମ ବାରମ୍ଵାର ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। କିଛି ଯୁବକ ସଂଗଠିତ ହୋଇ ଏହାକୁ ବିରୋଧ କରିବା ସହ ପୁଲିସକୁ ସୁଚନା ଦେଇଥିଲେ। ସୋସୋ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହିତ ଉଭୟ ପକ୍ଷ ଲୋକଙ୍କୁ ଥାନାକୁ ଡକାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ