ମତ୍ସ୍ୟ ସମ୍ପଦର ବିକାଶ ଲାଗି କଂସାରୀଗଣ୍ଡ ସ୍ଥିତ ଋଷିକୁଲ୍ୟା ନଦୀରେ ଛଡାଗଲା ମାଛ ଯାଆଁଳ

ଛତ୍ରପୁର, (ଦେବଦତ୍ତ ମହାରଣା): ଧିରେ ଧିରେ ଲୋପ ପାଇବାକୁ ଲାଗିଲାଣି ମିଠା ମାଛ । ଏପରିକି, ନଦୀ ମାନଙ୍କରେ ମଧ୍ୟ ମିଳୁଛି ଲୁଣି ମାଛ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନେଇଛନ୍ତି ଅଭିନବ ପ୍ରୟାସ । କଟକ ମହାନଦୀରୁ ବ୍ୟାପକ ସଫଳତା ପାଇବା ପରେ ଏବେ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀରେ ଆରମ୍ଭ ହୋଇଛି ପ୍ରୟାସ । ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀରେ ଏଣିକି ମିଳିବ ମିଠା ମାଛ । ଏଥିପାଇଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଠାରେ ଥିବା କଂସାରୀ ଗଣ୍ଡ ସ୍ଥିତ ଋଷିକୁଲ୍ୟା ନଦୀରେ ଛଡାଯାଇଛି ପ୍ରାୟ ୭ ଲକ୍ଷ ୫୦ ହଜାର ମାଛ ଯାଆଁଳା । ଋଷିକୁଲ୍ୟା ନଦୀରେ ମତ୍ସ୍ୟ ସମ୍ପଦ ବିକାଶ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାର ପ୍ରଥମ ଥର କରି ଏହିଭଳି ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି, ଏଣୁ ଏହାର ସୁରକ୍ଷା ଦିଗରେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୋଟ୍ଟଲାମପୁର ସରପଂଚ ନୀରଞ୍ଜନ ପ୍ରଧାନ, ସମିତିସଭ୍ୟ ଶମ୍ଭୁନାଥ ସ୍ୱାଇଁ, ଗଞ୍ଜାମ ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ଭାରତୀ ଭୂଷଣ ସାହୁ, ଅତିରିକ୍ତ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ସୁବ୍ରତ କୁମାର ପଟ୍ଟନାୟକ, ମୁନିସିପେଣ୍ଠ ମତ୍ସ୍ୟ ପ୍ରାଥମିକ ସେବା କେନ୍ଦ୍ର ର ସମ୍ପାଦକ ରାମ ଚନ୍ଦ୍ର ବେହେରା,ଛତ୍ରପୁର ଏଏଫଓ ମନ ରଞ୍ଜନ ନାୟକ, ଗଞ୍ଜାମ ଓ ପୁରୁଷୋତ୍ତମପୁର ଏଏଫଓ ପ୍ରମୁଖ ଉପସ୍ଥିତ ରହ ଋଷିକୁଲ୍ୟା ନଦୀରେ ମାଛ ଯାଆଁଳ ଛାଡିଥିଲେ । ନଦୀ ମାନଙ୍କରେ ମାଛ ମାନଙ୍କର ଅଭାବ ଲାଗି ରହିଥିବା ବେଳେ ଏହିଭଳି ମାଛ ଯାଆଁଳ ଛାଡିବାକୁ ପ୍ରଶଂସା କରିଛନ୍ତି ଅଂଚଳର ମତ୍ସ୍ୟଜିବୀ ମାନେ । ଏହା ସହ ମତ୍ସ୍ୟଜିବୀ ମାନଙ୍କ ପେଟ ପାଟଣା ଦିଗରେ ଏହା ବେଶ ସହାୟକ ହୋଇପାରିବ ବୋଲି ମତ୍ସ୍ୟଜିବୀ ମାନେ ଆଶା ରଖିଥିବା କହିଛନ୍ତି । ସେହିପରି ନଦୀ ମାନଙ୍କରେ ଆଉ ଆଗ ଭଳି ମାଛ ରହୁନଥିବାରୁ ଲୋକେ ମିଠା ମାଛ ପାଇବାରୁ ବଂଚିତ ହେଉଛନ୍ତି । ଏଣୁ ଏହିଭଳି ମାଛ ଯାଆଁଳ ଛାଡିବା ସରକାରଙ୍କ ଏକ ଭଲ ପଦକ୍ଷେପ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ମାନେ । ଏହାର ତଦାରଖ କରିବା ସହିତ ରାସାୟନିକ ଦ୍ରବ୍ୟ ନ ପକାଇ ଏହାର ସୁରକ୍ଷା ନିଆଯିବା ଆବଶ୍ୟକ ବୋଲି ସେମାନେ ସରକାରଙ୍କ ନିକଟରେ ଗୁହାରି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ