ମହାନଦୀରେ ମହିଳା ଭାସିଯିବା ଘଟଣାରେ ଟ୍ୱିଷ୍ଟ: ନିଜେ ରଚିଥିଲେ ନିଖୋଜ ଷଡ଼ଯନ୍ତ୍ର

କଟକ, (ଓ୍ବାଇଏନଏସ): କଟକ ବାଙ୍କୀ ମହାନଦୀରେ ନିଖୋଜ ମହିଳା ଘଟଣା ନୂଆ ଟୁଇଷ୍ଟ । ମହିଳା ଜଣକ ପୁରୀରୁ ଉଦ୍ଧାର ହୋଇଛନ୍ତି । ପୁରୀ ଟାଉନ ଥାନା ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରି ସଖି ଗୃହରେ ରଖାଯାଇଛି । ମହିଳାଙ୍କ ପରିବାର ଲୋକଙ୍କୁ ଏନେଇ ଥାନା ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମୁତାବକ, ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ମହିଳା ଜଣକ ନିଖୋଜର ବାହାନା କରିଥିଲେ। ହେଲେ ସେ ପୁରୀ ଟାଉନ ଥାନା ଅନ୍ତର୍ଗତ ଚୁଡଙ୍ଗ ସାହିରେ ନିଜ ପ୍ରେମିକ ସହିତ ରହୁଥିବାର ନଜରକୁ ଆସିଥିଲେ । ଏନେଇ ସୂଚନା ମିଳିବା ପରେ ପୁରୀ ପୁଲିସ ମହିଳାଙ୍କୁ ଉଦ୍ଧାର କରିଛି । ଥାନାରେ ପଚରାଉଚରା ବେଳେ ସତ ସାମ୍ନାକୁ ଆସିଛି । ପ୍ରେମିକ ଜଣଙ୍କ ପୂର୍ବରୁ ବିବାହିତ । ହେଲେ ଉଦ୍ଧାର ହୋଇଥିବା ମହିଳାଙ୍କୁ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ନିକଟରେ ମହାନଦୀରେ ନିଖୋଜର ନାଟକ ପ୍ରେମିକ ସହ ପୁରୀରେ ରହୁଥିଲେ । ସେପଟେ ମହିଳା ନିଖୋଜ ହେବା ପରେ ପରିବାର ଲୋକ ବାଙ୍ଗି ଥାନାରେ ଅଭିଯୋଗ କରିଥିଲେ । ପରେ ପୁଲିସ ତଦନ୍ତ କରି ମହିଳାଙ୍କୁ ପୁରୀ ଚୁଡ଼ଙ୍ଗ ସାହିରୁ ଉଦ୍ଧାର କରିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ