ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଜଣେ ମୃତ, ତିନି ଗୁରୁତର
ରାଇକିଆ,(ପ୍ରଦୀପ ବେହେରା): କନ୍ଧମାଳ ଜିଲ୍ଲା ରାଇକିଆ ଆଦର୍ଶ ବିଦ୍ୟାଳୟ ନିକଟ ବୁଲାଣି ରାସ୍ତା ରେ ଦୁଇ ବାଇକ୍ ମଧ୍ୟରେ ମୁ ହାମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳ ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ଜିଡୁବାଡି ଗ୍ରାମର ରିକୁନ ପ୍ରଧାନ ହୋଇଥିବା ବେଳେ ସେହି ଜିଡୁବାଡି ର ପପୁନ ଦିଗାଲ, ଏବଂ ଦାଡ଼ାକେତାର ବିକାଶ ପ୍ରଧାନ ଏବଂ ଡ଼ାମ୍ବା ର ବାପି ପ୍ରଧାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହାତ ଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ପୋଲିସ ସହାୟତା ରେ ରାଇକିଆ ମେଡିକାଲ ରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଫୁଲବାଣୀ ମେଡିକାଲ ସ୍ଥାନାନ୍ତର ପାଇଁ ଆମ୍ବୁଲାନ୍ସ ମିଳି ନଥିଲା । ଫଳରେ ଏ ନେଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ରେ କିଛି ସମୟ ପାଇଁ ଅଶୋନ୍ତାସ ଏବଂ ଉତ୍ତେଜନା ଦେଖା ଦେଇଥିଲା । ବିଳମ୍ୱ ରେ ଆମ୍ବୁଲାନ୍ସ ଆସିବା ପରେ ଫୁଲବାଣୀ ପଠାଯାଇଥିଲା ।