ଦୁଇ ଭାଇକୁ ହତ୍ୟାକରି ନିଆଁରେ ଜାଳିଦେଲେ
କୋଦଳା,(ବାପୁନି କୁମାର ମାଲୁ):ଦୁଇ ଭାଇକୁ ହତ୍ୟାକରି ନିଆଁ ଲଗେଇଦେଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବେଗୁନିଆପଡ଼ା ଥାନାର ଶାଳବଣ ଗ୍ରାମ ନିକଟରେ ଏପରି ଘଟଣା ଘଟିଥିବା ଜଣାପଡିଛି। ଘଟଣାଟି ଶାଳବଣଠାରେ ଘଟିଥିବା ବେଳେ ଯୋଜନା ବଧ ଭାବେ ହତ୍ୟା କରାଯିବା ପରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମରେଇନୂଆଗାଁ ନିକଟର ମୃତ ଦେହ ଫିଙ୍ଗି ନିଆଁ ଲଗେଇ ଦେଇଥିବା କୁହାଯାଇଛି। ମୁଖ୍ୟତଃ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ମୃତ ଦୁଇ ଭାଇ ହେଲେ ସଞ୍ଜୟ ବାରିକ ଓରଫ ବଙ୍କା ଓ ଅଜୟ ବାରିକ । ହତ୍ୟାର ଶିକାର ହୋଇଥିବା ଦୁଇ ଭାଇ ଆଗରୁ ବିଭିନ୍ନ ଅପରାଧିକ ମାମଲାରେ ଲିପ୍ତ ଥିଲେ ବୋଲି ଜଣା ପଡିଛି, କିଏ ଏପରି ହତ୍ୟା କରିଛି କୌଣସି କାରଣରୁ ହୋଇଛି ତାହା ସ୍ୱଷ୍ଟ ହୋଇନଥିବାବେଳେ ବଟି ଆଦାୟକୁ କେନ୍ଦ୍ର କରି ଏପରି ହୋଇଥିବା ଆଲୋଚନା ହେଉଛି, ଘଟଣାଟି ରବିବାର ସକାଳୁ ଘଟିଥିବା ଜଣାପଡିଛି, ଘଟଣାର ଖବର ପାଇ କୋଦଳା ଓ ଖଲିକୋଟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଚଳାଇଛନ୍ତି, ପୁରୁଷୋତ୍ତମପୁର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କିଛି ସନ୍ଧିଗଦଙ୍କୁ ଅଟକ ରଖି ଥିବା ଜଣା ପଡିଛି.