ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସମାବେଶରେ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାର ଶୁଭାରମ୍ଭ

ବାଲେଶ୍ଵର (ସରୋଜ କୁମାର ପଣ୍ଡା): କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତିର ରାଜ୍ୟସ୍ତରୀୟ ସମାବେଶ  ଅବସରରେ ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ରୁ ସିଧା ପ୍ରସାରଣ ପରିପ୍ରେକ୍ଷୀରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଡିଟରିୟମ କକ୍ଷରେ ଆୟୋଜିତ ବରପୁତ୍ର ଐତିହ୍ୟ ଗ୍ରାମ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ଵିନୀ ରାଉତ  ପ୍ରାରମ୍ଭିକ ବିବରଣୀ ପ୍ରଦାନ କରି ଥିବାବେଳେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ଐତିହାସିକ ଗ୍ରାମର ଗୁରୁତ୍ଵ ଏବଂ ସରକାରଙ୍କ ପ୍ରୟାସ ବିଷୟରେ ପ୍ରକାଶ କରିଥିଲେ। ପରେ ପରେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.  ମଧୁସ୍ମିତା ସାମନ୍ତରାୟ ତାଙ୍କ ବକ୍ତବ୍ୟରେ ବିକାଶ ମେଳା ଏବଂ ବିକାଶ ବାହନ ଏହି କାର୍ଯ୍ୟକ୍ରମର ଏକ ଅଂଶ ବୋଲି ପ୍ରକାଶ କରିବା ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀ ଗୃହ ଯୋଜନା, ପ୍ରଧାନମନ୍ତ୍ରୀ ବୟ ବନ୍ଦନ ଯୋଜନା, ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ଭଳି ସମାବେଶୀ ଶାସନ ବୋଲି ଉଲ୍ଲେଖ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଫକୀର ମୋହନ ସେନାପତି ସାହିତ୍ୟ ସଂସଦ ସଭାପତି ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପାତ୍ର ଫକୀର ମୋହନଙ୍କ ଜୀବନୀ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ତାଙ୍କୁ ଗଳ୍ପ ସାହିତ୍ୟର ଜନକ ଏବଂ ଏକ ସମାଜ ସଂସ୍କାରକ ବୋଲି ବର୍ଣ୍ଣନା କରିଥିଲେ ଏବଂ ମଲ୍ଲିକାଶପୁରକୁ ଏକ ବରପୁତ୍ର ଐତିହ୍ୟ ଗ୍ରାମ ଘୋଷଣା କରିବା ହେତୁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ବାଲେଶ୍ଵର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ ଓଡ଼ିଆ ଭାଷାର ସୁରକ୍ଷା ରେ ଫକୀର ମୋହନଙ୍କ ଅବଦନତୁଲାନୀୟ ବୋଲି ପ୍ରକାଶ କରିଥିଲେ।ପରିଶେଷରେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ପ୍ରଧାନ କାଳ ଜୟୀ ଓଡିଆ ଭାଷା ସାହିତ୍ୟ ର ଜନକ ଏବଂ ବ୍ରିଟିଶ ଙ୍କ ଅତ୍ୟାଚାର ବିରୁଦ୍ଧରେ ଦୃଢ଼ ସ୍ୱର୍ ଉତାଳନ କରି  ଲେଖା ମାଧ୍ୟମରେ ଜାଗ୍ରତ କରୁଥିଲେ।ପରି ଶେଷରେ ରାଜ୍ୟସ୍ତରୀୟ ସମାବେଶ ରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ,ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ରାଜ୍ୟପାଳ ଶ୍ରୀଯୁକ୍ତ ରମବାବୁ କମ୍ବମକଟି,ଉପ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ଅନଙ୍ଗ ଉଦୟ ସିଂଦେଓ,ଶ୍ରୀମତୀ ପ୍ରଭାତୀ ପରିଡା ଅନ୍ୟାନ୍ୟ ବରେଣ୍ୟ ସାଂସଦ,ବିଧାୟକ ଗଣ ସାମିଲ ହୋଇଥିଲେ।ଏହି ସମାବେଶରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସରକାର ଲୋକଙ୍କ ପାଇଁ ସେବା,ସୁଶାସନ ଓ ଗରିବ କଲ୍ୟାଣ ଯୋଜନାରେ ବିକଶିତ ଗାଁ ବିକଶିତ ଓଡ଼ିଶା -୨୦୩୬ ଭିଜନ ର ସଫଳ ରୂପାୟନ ସହିତ କେନ୍ଦ୍ର ସରକାର ଙ୍କ ଭିଜନ- ୨୦୪୭ ସାକାର ଓ କେନ୍ଦ୍ରର ସହାୟତା ,ସହୋଜୋଗ୍ରେ ଓଡ଼ିଶା ବିକାଶ ସମ୍ଭବ ବୋଲି ପ୍ରକାଶ କରିଥିଲେ।ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଲୋକମାନଙ୍କ ସରକାର ଙ୍କୁ ପ୍ରଶଂସା କରିବା, ଜନ କଲ୍ୟାଣ ଯୋଜନା ଗୁଡିକ ସଫଳତା ନିମନ୍ତେ ଖୁବ୍ ସନ୍ତୋଷ ପ୍ରକାଶ କରିଥିଲେ।ସରକାର ଜନଜାତିୟ ଗୌରବ ଦିବସ ପାଳନ କରି  ଧରତି ଆବା ବିର୍ସା ମୁଣ୍ଡା ଙ୍କୁ ସମ୍ମାନ ଦେବା ଭଳି ଲୋକଙ୍କ ଭରସା ଜିତି ପାରିଥିବା ଏଥି ସହିତ ପୂର୍ବ ଉଦୟ ଯୋଡିବା ଭଳି ବହୁ ବିକାଶଶୀଳ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।ଏହି ସମାରୋହରେ ରାଜ୍ୟରେ ଲକ୍ଷାପତି ଦିଦି ମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦି ସମ୍ବର୍ଦ୍ଧିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ