ଦୁଇ ଦିନିଆ କନଫରେନ୍ସ ‘ସକ୍ଷମ’ ଉଦଯାପିତ
କୋଣାର୍କ(ଓ୍ବାଇଏନଏସ): ଦି ଇନଷ୍ଟିଚ୍ୟୁଟ ଅଫ୍ ଚାଟାର୍ଡ ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ ( ଆଇସିଏଆଇ) ର ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜିଓନାଲ କାଉନ୍ସିଲ୍ ତରଫରୁ ସବ୍ ରିଜିଓନାଲ କନଫରେନ୍ସ ‘ସକ୍ଷମ’ ସମ୍ବଲପୁର ର ଆଇ ଆଇ ଏମ୍ ଅଡିଟୋରିୟମ ଠାରେ ଅୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଆଇସିଏଆଇ ର ସମ୍ବଲପୁର ,ଝାରସୁଗୁଡା ଓ ରାଉରକେଲା ଶାଖା ମିଳିତ ସହଭାଗିତା କରିଥିଲେ । ମେ’ ୨୪ ର ଉଦଘାଟନୀ ଉତ୍ସବ କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନନୀୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାଏକ , ଝାରସୁଗୁଡ଼ା ବିଧାୟକ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ, , ଆଇ ଆଇ ଏମ୍ ସମ୍ବଲପୁର ର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୈସ୍ଵାଲ୍ ଓ ଏମସିଏଲ ର ସିଏମଡ଼ି ଶ୍ରୀଯୁକ୍ତ ଉଦୟ ଏ କାଓଲେ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସିଏ ରବି କୁମାର ପଟବା, ସିଏ ସଞ୍ଜୀବ ସଂଘି, ସିଏ ବିଷ୍ଣୁ କୁମାର ତୁଲସୀୟନ୍, ସିଏ ମୟୂର ଅଗ୍ରୱାଲ୍, ସିଏ ହରିରାମ ଅଗ୍ରୱାଲ, ସିଏ ଆଦିତ୍ଯ କୁମାର ମାହେଶ୍ଵରୀ ଓ ସିଏ ବିଶ୍ୱରଞ୍ଜନ ସୁତାର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ର ପରିଚାଳନା ଦାୟିତ୍ୱ ରେ ସିଏ ନବୀନ ଲାଠ, ସିଏ ଅଙ୍କିତ ଅଗ୍ରୱାଲ, ସିଏ ସଞ୍ଜୟ ସରାଓଗି , ସିଏ ଅନିଲ ଶର୍ମା ରହିଥିଲେ । ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଏହି କନଫରେନ୍ସ ରେ ସାତୋଟି ଟେକ୍ନିକାଲ ସେସନ ରହିଥିଲା। ଏହି ସବୁ ସେସନ ରେ ଆଇସିଏଆଇ ର ପ୍ରାକ୍ତନ ସଭାପତି ସିଏ ଡାଃ ଦେବାଶିଷ ମିତ୍ର, ସିଏ ଭେନୁଗୋପାଳ ଗେଲା, ସିଏ ଜେକେ ମିତ୍ତଲ, ସିଏ ଗିରିଶ ଆହୁଜା, ସିଏ ମନୋଜ କୁମାର, ସିଏ ରୋଶନ କୁମାର ବଜାଜ, ଶ୍ରୀଯୁକ୍ତ କେଶବ ଜୈନ ପ୍ରମୁଖ ବକ୍ତା ଭାବେ ଯୋଗ ଦେଇଥିଲେ । ଏଥିସହ ୨୪ ତାରିଖ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ୨୫ ତାରିଖ ସନ୍ଧ୍ୟାରେ ଉଦଯାପନୀ ଉତ୍ସବ ଆୟୋଜିତ ହୋଇଥିଲା | ଉଦଯାପନୀ ଉତ୍ସବ ରେ ସମ୍ବଲପୁର ବିଧାୟକ ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ଷଡ଼ଙ୍ଗୀ, ସମ୍ବଲପୁର ମୁଖ୍ୟ ଆୟକର କମିଶନ ଶ୍ରୀଯୁକ୍ତ ସରୋଜ କୁମାର ମହାପାତ୍ର, ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ବଲପୁର ଡିଜିଏମ ଶ୍ରୀଯୁକ୍ତ ସଞ୍ଜୟ କୁମାର ଝା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।