ଦୁଇ ଦିନିଆ ଜିଲ୍ଲାସ୍ତରୀୟ ସର୍ବୋଦୟ ସଂକଳ୍ପ ଶିବିର ଅନୁଷ୍ଠିତ
କୋଣାର୍କ (ଗଣେଶ ଚନ୍ଦ୍ର ବେହେରା) :କୋଣାର୍କ କଲ୍ୟାଣ ମଣ୍ଡପରେ ଦୁଇ ଦିନିଆ ପୁରୀ ଜିଲ୍ଲାସ୍ତରୀୟ ସର୍ବୋଦୟ ସଂକଳ୍ପ ଶିବିର ଆୟୋଜିତ ହୋଇଛି । ଶୁକ୍ରବାର ପୂର୍ବାହ୍ନରେ ଆରମ୍ଭ ହୋଇଥିବା ଏହି ସଂକଳ୍ପ ପ୍ରଶିକ୍ଷଣ ଶିବିର ଅଧକ୍ଷ ସୁଦର୍ଶନ ଦାସଙ୍କ ତତ୍ତ୍ଵାବଧାନରେ ଶୁଭାରମ୍ଭ ହୋଇଥିଲା । ପ୍ରଶିକ୍ଷକ ଭାବେ ଶ୍ରୀ ସୁନୀଲ ପାନୱାର, ଅଧ୍ୟକ୍ଷ, ଆର ଜିପିଆର ଏସ , ଶ୍ରୀ କୁନାଲ ବାନାର୍ଜୀ , ବକ୍ତା ଡକ୍ଟର ମନୀଷା ଦାସ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଏବଂ କଂଗ୍ରେସର ଭୂମିକା, ଭାରତ ନିର୍ମାଣ ଏବଂ କଂଗ୍ରେସର ଅବଦାନ ଓ ଭାରତୀୟ ସମ୍ବିଧାନର ସୁରକ୍ଷା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ କାକଟପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ , ଉପେନ୍ଦ୍ର କଣ୍ଡି , ସ୍ଵାଧୀନ ନାୟକ , ସୁବାସ ନାୟକ, ଦେଶ ପ୍ରାଣ ଲେଙ୍କା , ସୁରେଶ ନାୟକ, ନଟବର ନାୟକ , ନିହାର ରଞ୍ଜନ ବେଉରା , ଲୋକନାଥ ବେହେରା , ବିରଞ୍ଚି ନାରାୟଣ ପତି, ଭାସ୍କର ସେଠ୍ , ବିପିନି ବିହାରୀ ମହାନ୍ତି ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।