ବିଜୟ ହାଇସ୍କୁଲରେ ଦୁଇ ଦିନିଆ ଜୁଡୋ ତାଲିମ ଶିବିର
ରାଇକିଆ,(ପ୍ରଦୀପ ବେହେରା)- କନ୍ଧମାଳ ଜିଲ୍ଲା ରାଇକିଆ ବିଜୟ ଉଚ୍ଚ ବିଦ୍ୟାଳୟ ଠାରେ ଦୁଇ ଦିନିଆ ବ୍ଲକ୍ ସ୍ତରୀୟ ଜୁଡୋ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ରାଇକିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ କେଶବ ଚନ୍ଦ୍ର ମଲ୍ଲିକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସାରଥୀ କହଁର ଙ୍କ ତତ୍ତ୍ଵାଧିନରେ ଅନୁଷ୍ଠିତ ଏହି ତାଲିମ୍ ଶିବିରରେ ୭୦ ଜଣ ଛାତ୍ର ଛାତ୍ରୀ ରାଇକିଆ ବ୍ଲକ୍ ର ବିଭିନ୍ନ ହାଇ ସ୍କୁଲ୍ ରୁ ଯୋଗଦାନ କରିଥିଲେ । ପୁରୀ ଜିଲ୍ଲା ରୁ ଆସିଥିବା ଜୁଡୋ କୋଚ ଦେବଦତ୍ତ ମିଶ୍ର ତାଲିମ୍ ଦାତା ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ସଞ୍ଜୟ ପାତ୍ର ଯୋଗଦେଇ ଭାଗ ନେଇଥିବା ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ । ଏହି ତାଲିମ୍ ଶିବିରକୁ କ୍ରୀଡା ଶିକ୍ଷକ ତଥା ବ୍ଲକ୍ ସ୍କୁଲ୍ ସ୍ପୋର୍ଟସ ଆସୋସିଏସନ୍ ସମ୍ପାଦକ କାର୍ତ୍ତିକ ନାୟକ ପରିଚାଳନା କରିଥିଲେ । ବିଜୟ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଯୋଗେନ୍ଦ୍ର ନୀଳମଣି ମଣ୍ଡଳ କାର୍ଯ୍ୟକ୍ରମ ଅୟୋଜନ ରେ ସହଯୋଗ କରିଥିଲେ । କ୍ରୀଡା ଶିକ୍ଷକ ସୈଳେନ୍ଦ୍ର ଦିଗାଲ୍, ଶ୍ରିଛନ୍ଦା ପ୍ରଧାନ, ବିଜୟା କୁମାରୀ କାନ୍ଦୁଲନା ,ରବୀନ୍ଦ୍ର ସାହୁ, କବିତା ପ୍ରଧାନ, ଜଗନ୍ନାଥ ବେହେରା, ନରେଶ ଚନ୍ଦ୍ର ନୟକ ଯୋଗଦାନ କରିଥିଲେ ।