ଦୁଇଦିନିଆ ପୁରଷୋତ୍ତମ ବଂଶୀୟ ୨ ଦିନିଆ ମହାସଭା ଉଦଯାପିତ
ଛତ୍ରପୁର, (ଓ୍ବାଇଏନଏସ): ଶ୍ରୀ ଶ୍ରୀ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ ( ବଢ଼େଇ କୂଳ ) ର ପୁରଷୋତ୍ତମ ବଂଶୀୟ ୨ଦିନିଆ ମହାସଭା ଇଷ୍ଟଦେବୀ ତଥା ଛତ୍ରପୁର ଉପକଣ୍ଠ ମା ରାମଚଣ୍ଡୀଙ୍କ ପୀଠ ରେ ଆଜି ଉଦଯାପିତ ହୋଇଯାଇଛି, ବରିଷ୍ଠ ସଦସ୍ୟ ରଘୁନାଥ ମହାରଣା ଙ୍କ ପୌରାହିତ୍ୟ ଅନୁଷ୍ଠିତ ମହାସଭା ରେ ବଂଶ ର ଉନ୍ନତି ଏବଂ ବିକାଶ ନିମନ୍ତେ ଆଲୋଚନା ହୋଇଥିଲା, ଏହା ସହିତ ପିଲା ମାନଙ୍କ ର କିପରି ଶିକ୍ଷା ର ବିକାଶ ହେବ ସେଥି ନିମନ୍ତେ ମଧ୍ୟ ବହୁ ସଦସ୍ୟ ଆଲୋକପାତ କରିଥିଲେ, ସଂଗଠନ କିପରି ମହଜବୁ କରାଯିବ ଏବଂ ସମସ୍ତେ କିପରି ଏକତ୍ରିତ ରହିବେ ତାହା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଥିଲା, ଏହି ଅବସର re ଆଗାମୀ ୫ ବର୍ଷ ନିମନ୍ତେ ନୂତନ କର୍ମକର୍ତା ଚୟନ କରାଯାଇଥିଲା, ସଭାପତି ଭାବେ ଯୋଗେନ୍ଦ୍ର ମହାରଣା ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ଗୋପାଳ ମହାରଣା, ପ୍ରଫୁଲ ମହାରଣା, ସନ୍ତୋଷ ମହାରଣା ଓ ସୁଦର୍ଶନ ମହାରଣା ଚୟନ କରାଯାଇଛି, ମୁଖ୍ୟ ଉପଦେଷ୍ଟା ଭାବେ ବିନାୟକ ମହାରଣା, ସନ୍ତୋଷ ମହାରଣା ଓ ରାମ ମହାରଣା ଙ୍କୁ ଚୟନ କରାଯାଇଛି, ସେହିପରି ସମ୍ପାଦକ ଭାବେ ପିତାମ୍ବର ମହାରଣା, ଉପସଭାପତି ଭାବେ ସନ୍ତୋଷ ମହାରଣା ( ଭାଟକୁମରଡ଼ା ), ସଂଗଠନ ସମ୍ପାଦକ ଭାବେ ବାବୁଲା ମହାରଣା ଏବଂ କୋଷାଧ୍ୟକ୍ଷ ଭାବେ ମୁନା ମହାରଣା ଙ୍କୁ ଚୟନ କରାଯାଇଛି, ଶେଷରେ ନବ ନିର୍ବାଚିତ କର୍ମକର୍ତା ମାନେ ନିଜ ନିଜ ଦାୟିତ୍ୱ ଗ୍ରହଣ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇ ସହଯୋଗ କାମନା କରିଥିଲେ


