ଦୁଇ ଦିବସୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ
ସୋର(ଓ୍ବାଇଏନଏସ): ସୋର ଅହମଦୀୟା ମୁସଲିମ ମସଜିଦ ପରିସରରେ ମଜଲିସ ଖୁଦ୍ଦାମୁଲ୍ ଓ ଅତଫାଲୁଲ୍ ଅହମଦୀୟା ଜିଲ୍ଲା ବାଲେଶ୍ଵରର ଦ୍ବିଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ଜିଲ୍ଲା ବାଲେଶ୍ଵରର ଛଅଟି ମଜଲିସ ଯଥା ସୋର, ବାଲେଶ୍ଵର, ହଳଦି ପଦା, ଗଡ଼ପଦା, ବେଲ ପୁର ଓ ବାରିପଦାରୁ ୫୦ ଜଣ ଖୁଦ୍ଦାମ୍ ଓ ଅତଫାଲ୍ ଯୋଗ ଦେଇଥିଲେ। ଏହି ଦୁଇ ଦିନରେ ସେମାନଙ୍କୁ ଧାର୍ମିକ, ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରା ଯାଇଥିଲା। ଇସଲାମ୍ ଏବଂ ଅହମଦିୟା ସମ୍ପ୍ରଦାୟର ଶାନ୍ତି ଓ ସହାନୁଭୂତିର ଶିକ୍ଷା ବିଷୟରେ ବିଦ୍ୱାନମାନେ ସମସ୍ତଙ୍କୁ ଶିକ୍ଷା ପ୍ରଦାନ କରିଥିଲେ। ଉକ୍ତ ଶିବିରରେ ଯୋଗଦାନ କରିଥିବା ଖୁଦ୍ଦାମ୍ ଓ ଅତଫାଲ୍ ମାନଙ୍କର ରହିବା ଓ ଖାଇବାର ସୁବ୍ୟବସ୍ଥା କରା ଯାଇଥିଲା। ଜ୍ଞାନ ବିଜ୍ଞାନ ଓ ଖେଳ କସରତ ପାଇଁ ପ୍ରତିଯୋଗିତା ମଧ୍ୟ କରା ଯାଇଥିଲା। କୃତ୍ତୀ ପ୍ରତିଯୋଗିମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରା ଯାଇଥିଲା। ଏହି ଶିବିରରେ ସିଦ୍ଦିକ ଖାଁ ପୂର୍ବ ଭାରତର ଉପ ସଭାପତି ମଜଲିସ ଖୁଦ୍ଦାମୁଲ୍ ଅହମଦିୟା ପୌରହିତ୍ୟ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ବାଲେଶ୍ଵରର ମୁବଲ୍ଲିଗ୍ ଇନ୍-ଚାର୍ଜ ମୌଲାନା ଶରିଫ ଖାଁନ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ମୌଲାନା ନବିଦୁଲ ଫତାଃ ଇନଚାର୍ଜ ନୁରୁଲ ଇସଲାମ ଓଡ଼ିଶା ପ୍ରଦେଶ, ଶେଖ୍ ମୁଖତାର୍ କାଏଦ୍ ଖୁଦ୍ଦାମୁଲ୍ ଅହମଦିୟା ଜିଲ୍ଲା ବାଲେଶ୍ୱର ଏବଂ ମୌଲବୀ ଫକୀରୁଦ୍ଦିନ ଖାନ୍, ମୌଲବୀ ଅଲୀ କାଦିର ଏବଂ ମୌଲବୀ ବଶିର ଅହମଦ ଯୋଗ ଦେଇଥିଲେ। ଏହା ବ୍ୟତୀତ ଶେଖ ଅବଦୁଲ ଅଜିଜ କାଏଦ ଖୁଦ୍ଦାମୁଲ୍ ଅହମଦିୟା ସୋରୋ ଖୁଦ୍ଦାମମାନଙ୍କ ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।