ପୋକସୋ ଓ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ ଉପରେ ଦୁଇଦିନିଆ କର୍ମଶାଳା ଉଦଘାଟିତ
ବାଲେଶ୍ୱର,(ସରୋଜ ପଣ୍ଡା) :ଆଜି ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ବାଲେଶ୍ୱର ଜିଲ୍ଲାପାଳ କାର୍ଯ୍ୟାଳୟର ଅଡିଟୋରିୟମ ହଲ୍ରେ ପୋକସୋ (Protection of Children from Sexual Offences Act) ଓ ଜୁଭେନାଇଲ୍ ଜଷ୍ଟିସ୍ (JJ) ଆକ୍ଟ ଉପରେ ଦକ୍ଷତା ନିର୍ମାଣ ସମ୍ବନ୍ଧୀୟ ଏକ ଦୁଇଦିନିଆ କର୍ମଶାଳା ବାଲେଶ୍ୱର ପୋଲିସ ପ୍ରଶାସନର ଆନୁକୂଲ୍ୟରେ ଶୁଭାରମ୍ଭ ହୋଇଛି। ଏହି କର୍ମଶାଳା ତା. ୧୪/୦୨/୨୦୨୬ ଓ ୧୫/୦୨/୨୦୨୬ ଦୁଇଦିନ ଧରି ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ଡିଆଇଜି ଶ୍ରୀଯୁକ୍ତ ପିନାକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ କର୍ମଶାଳାର ଉଦଘାଟନ କରିଥିଲେ। ତାଙ୍କ ସହ ଆରକ୍ଷୀ ଅଧିକ୍ଷକ ବାଲେଶ୍ୱର ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନା ମହାନ୍ତି, ଆଇନଜୀବୀ ନିଧି ଶର୍ମା, ଆଇନଜୀବୀ ଅନନ୍ତ ଆସ୍ଥାନା, PMJJB ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ପ୍ରଧାନ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ନିରଞ୍ଜନ ବେହେରା ମଞ୍ଚାସୀନ ଥିଲେ।ଶ୍ରୀ ବେହେରା ମଞ୍ଚ ପରିଚାଳନା କରୁଥିଲେ। ଏହି କର୍ମଶାଳାରେ ବହୁ ସଂଖ୍ୟାରେ ପୋଲିସ ଅଧିକାରୀ ଓ କର୍ମଚାରୀ, ସମାଜସେବୀ, CWC ସଦସ୍ୟ ଏବଂ ଆଇନଜୀବୀମାନେ ଉପସ୍ଥିତ ଥିଲେ। ଆଇନଜୀବୀ ନିଧି ଶର୍ମା ଓ ଆଇନଜୀବୀ ଅନନ୍ତ ଆସ୍ଥାନା ପୋକସୋ ଏବଂ ଜେଜେ ଆକ୍ଟ ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ। ଆସନ୍ତାକାଲି ମଧ୍ୟ ଏହି ଦୁଇଟି ଆଇନ ଉପରେ ତାଲିମ ଜାରି ରହିବ। ଏହି କ୍ୟାପାସିଟି ବିଲ୍ଡିଂ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଶିଶୁ ସୁରକ୍ଷା ସମ୍ବନ୍ଧୀୟ ଆଇନ ଉପରେ ସଚେତନତା ବୃଦ୍ଧି କରିବା, ସମ୍ପୃକ୍ତ ସମସ୍ତଙ୍କ ଦାୟିତ୍ୱକୁ ସ୍ପଷ୍ଟ କରିବା ଏବଂ ଯେକୌଣସି ଅପରାଧ ଘଟିଲେ ସଠିକ୍ ଓ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ ପାଇଁ ପ୍ରଶିକ୍ଷିତ କରିବା।


