ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ଆଜି ସମ୍ମାନିତ ହେବେ ୨ ଆଦର୍ଶ ଶିକ୍ଷକ
ଆସିକା (ୱାଇଏନ୍ଏସ୍) : ଛତ୍ରପୁର ସ୍ଥିତ ଅନ୍ସ୍ଳୋ ହାଇସ୍କୁଲରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳନ କାର୍ଯ୍ୟକ୍ରମରେ ଆସିକା ଅଞ୍ଚଳର ୨ ଜଣ ଆଦର୍ଶ ଶିକ୍ଷକ ସମ୍ମାନିତ ହେବେ ବୋଲି ଜଣାପଡିଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପଞ୍ଚସଖା ଶିକ୍ଷାସେତୁ ସଂଗଠନ ପକ୍ଷରୁ ରାଜ୍ୟବ୍ୟାପୀ ୬୨୬ ଜଣ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ନାମ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ ସକାଶେ ଘୋଷଣା କରାଯାଇସାରିଛି । ଆସିକା କଲେଜଛକ ସ୍ଥିତ ସରକାରୀ ଟେନ୍ନିକାଲ୍ ହାଇସ୍କୁଲର କ୍ରୀଡା ଶିକ୍ଷକ କୈଳାଶ ଚନ୍ଦ୍ର ଗୌଡ ଏବଂ ବାବନପୁର ସ୍ଥିତ ଚିନିଶିଳ୍ପ ହାଇସ୍କୁଲର ସଂସ୍କତ ଶିକ୍ଷକ ଏସ୍.ପ୍ରିୟବ୍ରତ ବାରିକ ପଞ୍ଚସଖା ଶିକ୍ଷାସେତୁ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ ପାଇବା ପାଇଁ ଚୟନ ହୋଇଥିବା ଜଣାପଡିଛି । ଆସିକା ଅଞ୍ଚଳର ୨ ଜଣ ଆଦର୍ଶ ଶିକ୍ଷକ ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ ସକାଶେ ମନୋନୀତ ହେବା ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିବା ବେଳେ ଉଭୟ ଶିକ୍ଷକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଇଛି । ଆସନ୍ତାକାଲି ଅର୍ଥାତ୍ ୫ ତାରିଖ ଶୁକ୍ରବାର ଦିନ ଛତ୍ରପୁରରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲସ୍ତରୀୟ ଗୁରୁଦିବସ ଉତ୍ସବରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ ହେବା ପାଇଁ ଚୟନ ହୋଇଥିବା ଆସିକା ଅଞ୍ଚଳର ୨ ଆଦର୍ଶ ଶିକ୍ଷକଙ୍କୁ ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଭଂଜ ବେହେରା ଏବଂ ଶିବରାମ ବେହେରା, ବାବନପୁର କ୍ଳଷ୍ଟରର ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ରାଧାମୋହନ ଡାକୁଆ, ବରିଷ୍ଠ ଶିକ୍ଷକ ଶିବଶଙ୍କର ଜେନା, ଚିନିଶିଳ୍ପ ହାଇସ୍କୁଲ ବାବନପୁରର ପ୍ରଧାନଶିକ୍ଷକ ଗୌରୀଶଙ୍କର ଗୌଡ, ଟେକ୍ନିକାଲ୍ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ପ୍ରଜ୍ଞ ପରମିତା ପଣ୍ଡା, ବାବନପୁର ସ୍ଥିତ ଚିନିଶିଳ୍ପ ହାଇସ୍କୁଲର ସହକାରୀ ଶିକ୍ଷକ ସୁଶାନ୍ତ କୁମାର ବେହେରା, ଆକାଶ ପାଣିଗ୍ରାହୀ, ତଲମାନ୍ ମାଝୀ, ରଂଜନ କୁମାର ପାତ୍ର, ଚନ୍ଦ୍ରଶେଖର ଦାଶ, ଶିକ୍ଷାନୁଷ୍ଠାନର କର୍ମଚାରୀ ଜଗନ୍ନାଥ ଜେନା, ବନିତା କୁମାରୀ ନାୟକ, ଟେକନିକାଲ୍ ହାଇସ୍କୁଲର ସହକାରୀ ଶିକ୍ଷକ ରାମଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀ ଜେନା, ସର୍ମିଷ୍ଠା ସାହୁ, ଗାୟତ୍ରୀ ବେହେରା, ମିତାଞ୍ଜଳୀ ପଣ୍ଡା, ଦେବାଶିଷ ପାଣିଗ୍ରାହୀ, ସୁମିତ୍ରା କାର୍ଜି, ଇପ୍ସିତା ମଲିକ, ଭଗବାନ ସ୍ୱାଇଁ, ଶିକ୍ଷାନୁଷ୍ଠାନର କର୍ମଚାରୀ ଅନିଲ୍ କୁମାର ଜେନା, ରବିନ୍ଦ୍ର କୁମାର ସ୍ୱାଇଁ, ବାସୁଦେବ ପ୍ରଧାନ, ଜୟଦେବ ରାଉତଙ୍କ ସମେତ ବହୁ ସଚେତନ ନାଗରିକ, ବୁଦ୍ଧିଜୀବୀ, ଅଭିଭାବକ, ଛାତ୍ରଛାତ୍ରୀ ଅଭିନନ୍ଦନ ଜଣାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ଅଞ୍ଚଳର ଜଣେ ଆଦର୍ଶ ସଂସ୍କୃତ ଶିକ୍ଷକ ରୂପେ ବାବନପୁର ଚିନିଶିଳ୍ପ ହାଇସ୍କୁଲରୁ ଏସ୍.ପ୍ରିୟବ୍ରତ ବାରିକ ଓ ସଫଳ କ୍ରୀଡା ଶିକ୍ଷକ ରୂପେ ଟେକ୍ନିକାଲ୍ ହାଇସ୍କୁଲରୁ କୈଳାଶ ଚନ୍ଦ୍ର ଗୌଡ ଓଡିଶା ସରକାରଙ୍କ ଚୟନ ପ୍ରକ୍ରିୟାରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ମନୋନୀତ ହେବା ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଉଛି ।


