ଗୋଟିଏ ପ୍ରକଳ୍ପ ପାଇଁ ଦୁଇଟି ଫାଇଲ୍ ଖୋଲାଯିବା ଘଟଣା: ବିଡ଼ିଓ ଜାରି କଲେ କାରଣ ଦର୍ଶାଅ ନୋଟିସ୍

ହାଟଡିହି   (ପାର୍ଥ ସୌରଭ ସା)  କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ଶାଳନିଆଁ ପଞ୍ଚାୟତ ବ୍ରାହ୍ମଣୀକଳା ଗାଁ ରେ ଗୋଟିଏ ପ୍ରକଳ୍ପ ପାଇଁ ଦୁଇ ଦୁଇଟି ଫାଇଲ ଖୋଲାଯିବା ଘଟଣା ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ଜିଲ୍ଳା ପ୍ରଶାସନ ଏହାକୁ ଗୁରୁତର ସହିତ ନେଇଛି। ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶରେ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ସଂପୃକ୍ତ ପଞ୍ଚାୟତ ର ଯନ୍ତ୍ରୀ ଓ କିରାଣୀଙ୍କୁ ନୋଟିସ୍ ଜାରି ହୋଇଥିବା ଜଣାପଡ଼ିଛି। ଏଠାରେ ସୂଚନାଯୋଗ୍ୟ ଯେ ଶାଳଣିଆଁ ପଞ୍ଚାୟତରେ ୧୫ ସି.ଏଫ୍.ସି ଅନୁଦାନରେ ଆର୍ଥିକ ବର୍ଷ ୨୦୨୪-୨୫ ରେ ପ୍ରକଳ୍ପ ନାମ ବ୍ରାହ୍ମଣୀକଳା ଗ୍ରାମର କଂକ୍ରିଟ ରାସ୍ତା ର୍ମାଣ ଯାହାର ଅଟକଳ ମୂଲ୍ୟ ଟ ୨,୫୦,୦୦୦ ଥିଲା।  ଏହି ପ୍ରକଳ୍ପଟି ୨୦୨୪ ଡିସେମ୍ବର ମାସରେ କାର୍ଯ୍ୟ ଶେଷ ହୋଇ ଅନୁଦାନ ଟଙ୍କା ଉଠାଣ ସରିଥିବା ବେଳେ ଆଉ ୧୪ହଜାର ବାକି ଅଛି। ପୁଣି ଏହି ଯୋଜନାରେ ସମାନ କେସ ରେକଡରେ ଆଉ ଏକ ଫାଇଲ୍ ବାହାର କରାଯାଇ କାମ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇ  ବିଲ୍ ପାଇଁ ଉଦ୍ୟମ ଚାଲିଥିଲା। ପୁରୁଣା କାମରେ ମାତ୍ର ୧୪ହଜାର ବାକିଥିବା ବେଳେ ପୁଣି ଆଉ ଏକ ନୁଆଫାଇଲ କମ୍ପ୍ୟୁଟର ଚଢ଼ି ନଥିଲା। ଯାହାକୁ ନେଇ ଏହି ଅନିୟମିତତା ଧରା ପଡ଼ିଥିଲା। ଯନ୍ତ୍ରୀଙ୍କ ଜାଣତରେ ଏପରି ହୋଇଥିବା ଅନୁମାନ କରାଯାଉଛି। ଏପରି ଦୁର୍ନୀତିରେ ଲିପ୍ତ ଅଧିକାରୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ