କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଦୁଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଲମ୍ବିତ

ହାଟଡିହି (ଓ୍ବାଇଏନଏସ): ବାରମ୍ବାର ତାଗିଦସତ୍ୱେ ବ୍ୟବହାର ପ୍ରମାଣପତ୍ର ନଦେବାରୁ ଦୁଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋପାଳପୁର ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶତ୍ରୁଘ୍ନ ସାହୁଙ୍କ ବିରୁଦ୍ଧରେ ପୂର୍ବରୁ ଏକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ଅଛି। ତତ ସହିତ ଅନଧିକୃତ ଅନୁପସ୍ଥିତି, ଛୁଟି ସମ୍ପର୍କରେ ଲିଖିତ ସ୍ପଷ୍ଟୀକରଣ ଦାଖଲ ନକରିବା, ୨୦୨୦ / ୨୧ ରୁ ୨୦୨୪/୨୦୨୫   ସମୟ ମଧ୍ୟରେ ନିଆଯାଇଥିବା ସରକାରୀ ପାଣ୍ଠି ପାଇଁ ବ୍ୟବହାର ପ୍ରମାଣପତ୍ର ଦାଖଲ କରିବାରେ ବିଫଳ ହୋଇଛନ୍ତି। ସେହିପରି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ନମ୍ବର ୨୭୧୮ ତା ୨୪/୭୨୦୨୫   ଅନୁଯାୟୀ ନିର୍ଦ୍ଧାରିତ ସମୟ ମଧ୍ୟରେ ଲିଖିତ ସ୍ପଷ୍ଟୀକରଣ ଦାଖଲ ନକରିବା ଏବଂ ଆର୍ଥିକ ଦାୟିତ୍ୱରେ ଗୁରୁତର ତ୍ରୁଟି ଓ ଦାୟିତ୍ୱହୀନତା ପାଇଁ ଓସିଏ / ସିସିଏ  ନିୟମ- ୧୯୬୨ ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତା ପ୍ରୟୋଗ କରି ବ୍ଲକ ଶିକ୍ଷା ଅଧିକାରୀ ତାଙ୍କ ଚିଠି ନମ୍ବର ୩୬୨୧ ତା ୧୩/ ୧୦/୨୦୨୫ ରେ ତାଙ୍କୁ ନିଲମ୍ବିତ କରିଛନ୍ତି।  ନିଲମ୍ବିତ ଶିକ୍ଷକ ଶତ୍ରୁଘ୍ନ ସାହୁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ, ହାଟଡିହିରେ ଉପସ୍ଥିତ ରହିବେ ଏବଂ ଉକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ  ଅନୁମତି ବିନା ମୁଖ୍ୟାଳୟ ଛାଡିବେ ନାହିଁ ବୋଲି ଚିଠିରେ ଉଲେଖ ରହିଛି। ସେହିପରି ଶାଳକଣିଆ ସରକାରୀ ୟୁ.ପି ସ୍କୁଲର  ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମଣ୍ଟୁ ଜେନାଙ୍କୁ ମଧ୍ୟ ନିଲମ୍ବିତ କରା ଯାଇଛି। ତାଙ୍କ ବିରୁଦ୍ଧରେ ଏକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ଅଛି।  ମଣ୍ଟୁ ଜେନାଙ୍କ ବିରୁଦ୍ଧରେ ୨୦୨୦-୨୧ ରୁ ୨୦୨୪-୨୫ ବର୍ଷ ପର୍ଯ୍ୟନ୍ତ ସମୃଦ୍ଧ ଲଡ଼ୁର ପୁଷ୍ଟିକର ବଣ୍ଟନ ନକରିବା ଏବଂ ବ୍ୟବହାର ପ୍ରମାଣପତ୍ର ଦାଖଲ ନକରିବା ଏବଂ କର୍ତ୍ତବ୍ୟ ପ୍ରତି ଦାୟିତ୍ୱହୀନତା ସମ୍ପର୍କରେ ଏକ କାର୍ଯ୍ୟାନୁଷ୍ଠାନ ତଦନ୍ତାଧୀନ ଅଛି। ତେଣୁ ବର୍ତ୍ତମାନ, ଓସିଏ / ସିସିଏ  ନିୟମ- ୧୯୬୨  ଅନୁଯାୟୀ ପ୍ରଦାନ କରାଯାଇଥିବା କ୍ଷମତା ପ୍ରୟୋଗ କରି ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ ତାଙ୍କ ଚିଠି ନମ୍ବର ୩୬୧୬ ତା ୧୩/୧୦/୨୦୨୫ରେ ତାଙ୍କୁ ନିଲମ୍ବିତ କରିଛନ୍ତି। ଆହୁରି ନିର୍ଦ୍ଦେଶ ଦିଆଯାଇଛି ଯେ, ନିଲମ୍ବନ ସମୟ ମଧ୍ୟରେ ଶ୍ରୀ ମଣ୍ଟୁ ଜେନା  ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ହାଟଡିହିରେ କାର୍ଯ୍ୟ କରିବେ, ଏବଂ ବ୍ଲଜ ଶିକ୍ଷା ଅଧିକାରୀଙ୍କ ଅନୁମତି ବିନା ମୁଖ୍ୟାଳୟ ଛାଡିବେ ନାହିଁ ବୋଲି ନିର୍ଦେଶ ଦିଆ ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ