ବାଇକ ଧକ୍କାରେ ଦୁଇ ଆହତ, ଜଣେ ଗୁରୁତର

ହାଟଡିହି (ଓ୍ବାଇଏନଏସ): ଛେନା ପଦି ଛକରେ ବାଇକ ଦୁର୍ଘଟଣା ଘଟି ଦୁଇ ଆହତ, ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାଇ ୩ ଜଣ ବାଇକ ଆରୋହୀ ଆନନ୍ଦପୁର ପଟୁ ଭଦ୍ରକ ଆଡକୁ  ଯାଉଥିବା ବେଳେ  ଛେନପଦି ଛକ ଠାରେ ଏକ ବାଇକର ପଛକୁ ଧକା ଦେଇ ତଳେ ପଡି ଯାଇଥିଲେ l ଫଳରେ ଜଣେ ବାଇକ ଆରୋହୀ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଥିଲା l ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଅଗ୍ନିଶମ ବାହିନୀ ସହଯୋଗରେ  ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା କୁ ପଠାଇଥିଲେ।  ଆହତଙ୍କ ପରିଚୟ ମିଳିପାରିନି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ