କାଠଯୋଡି ନଦୀରେ ବୁଡି ଦୁଇ ଜଣ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
କଟକ(ଓ୍ବାଇଏନଏସ): କାଠଯୋଡି ନଦୀରେ ବୁଡି ଦୁଇ ଜଣ ନିଖୋଜ ହୋଇଛନ୍ତି । କଟକ ସିଡିଏ ସେକ୍ଟର-୧୦ ବୁରୁଜ ନିକଟରେ ଘଟିଛି ଏଭଳି ଅଘଟଣ । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଲ୍ଏଣ୍ଡଟି କମ୍ପାନୀରେ କାମ କରୁଥିଲେ ଦୁଇ ଜଣ ଯୁବକ । ନିଖୋଜ ଯୁବକ ହେଲେ ଋତିକେଶ ମାତାଲ୍, ଋତିକ ଭଂଜେ । ଦୁଇ ଜଣଙ୍କ ଘର ମହାରାଷ୍ଟ୍ରରେ ହୋଇଥିବା ସୂଚନା ମିଳିଛି । ଏସସିବି ମେଡିକାଲ ସମ୍ପ୍ରସାରଣ କାମରେ ନିୟୋଜିତ ଥିଲେ ନିଖୋଜ ଯୁବକ ।