କାଳବୈଶାଖୀ ତାଣ୍ଡବରେ ଦୁଇ ବଳଦ ମୃତ, ଉଡିଲା ଘରର ଟିଣ

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ) କାଳବୈଶାଖୀ ତାଣ୍ଡବରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ପ୍ରବଳ ପଵନ ସହ ଘସଘଡ଼ି ହୋଇ ଗଛ ଭାଙ୍ଗିଯାଇଛି। ସେହପରି ସୁନାଖଣ୍ଡି ପଞ୍ଚାୟତର ବଡ଼ ଘୋଡଘେଟିରେ ଦୁଇଟି ବଳଦ ଓ କରପା ପଞ୍ଚାୟତର ପେଟିଲିଗୁଡା ଗ୍ରାମର  ରାଜେଶ୍ କାଡ୍ରାକାଙ୍କ ଘରର ଟିଣକୁ ଉଡେଇ ନେଇଛି ।ଏଥିରେ କାହାରି କିଛି କ୍ଷତି ହୋଇ ନାହିଁ ।ଏହି ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇଦେବାକୁ ଦାବି କରିଛନ୍ତି ।ସେହିପରି ସୁନାଖଣ୍ଡି ପଞ୍ଚାୟତର ବଡ ଘୋଡାଘାଟି ଗ୍ରାମର  ଦୁଇ ଜଣ ରାମସିଙ୍ଗ ମେଲେକା ,ନାଇକାମା ହୁଈକାଙ୍କ ଗୋଟିଏ ଲେଖାଏଁ ବଳଦ ବଜ୍ରାଘାତରେ ମୃତ୍ୟୁବରଣ କରିଛି ।ଅପରାହ୍ନ ପ୍ରବଳ ଘଡଘଡି ସହ ପବନ ବହିଥିଲା ଯାହା ଫଳରେ ଗଛ ମୂଳେ ଥିବା ବଳଦ ନିକଟରେ ବଜ୍ରାଘାତ ପଡିଥିବାରୁ ଦୁଇ ବଳଦ ର ମୃତ୍ୟୁ ହୋଇଛି ।ଏହାର ମୂଲ୍ୟ ପ୍ରାୟ ୮୦ହଜାର ଟଙ୍କା ହେବ ବୋଲି କହିଛନ୍ତି ।ଗ୍ରାମବାସୀ ରାଜସ୍ବ ନିରୀକ୍ଷକ ଓ ପଶୁ ଚିକିତ୍ସକଙ୍କୁ ସୂଚନା ଦେଇଥିଲେ ।  ଏହାର ବ୍ୟବଚ୍ଛେଦ ରିପୋଟ ସରକାରଙ୍କୁ ପଠାଇବୁ ସେହିଠାରୁ ଯାହା ଆସିବ ତାହାକୁ କ୍ଷତି ପୂରଣ ବାବଦରେ ଯୋଗାଇଦିଆଜିବ ବୋଲି ପଶୁ ଚିକିତ୍ସକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ