କଟକରେ ଗୁଡ଼ି ମାଞ୍ଜା ସୂତାରେ କଟିଲା ୨ ଜଣଙ୍କ ବେକ

କଟକ,(ଓ୍ବାଇଏନଏସ): କଟକ ୪୨ ମୌଜା ଅଞ୍ଚଳରେ ଗୁଡ଼ି ସୂତା ଲାଗି କଟିଲା ବେକ । ମକର ସଂକ୍ରାନ୍ତି ପୂର୍ବରୁ କଟକରେ ଘଟିଛି ଅଘଟଣ । ପୁଣି କଟକରେ ଗୁଡ଼ି ମାଞ୍ଜା ସୂତାରେ ୨ ଜଣଙ୍କ ବେକ କଟିଛି । ବାଇକ୍‌ରେ ଯିବା ସମୟରେ ବେକରେ ସୂତା ଲାଗି ଯିବାରୁ ଜଣେ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଛନ୍ତି । କଟକ ବୟାଳିଶମୌଜା ଅଞ୍ଚଳରେ ଅଘଟଣ ଘଟିଛି । ଦୁଇଜଣ ହେଲେ ଦେବୀ କଲ୍ୟାଣ ଆଚାର୍ଯ୍ୟ ଓ ଆଶା ଲତା ଆଚାର୍ଯ୍ୟ । ଚିକିତ୍ସା ପାଇଁ ଦୁହିଁଙ୍କୁ ମେଡ଼ିକାଲ ପଠାଇଛନ୍ତି ସ୍ଥାନୀୟ ଲୋକେ । ଆହତ ଦୁହେଁ ସମ୍ପର୍କ ପୁତୁରା-ପିୟୁସୀ ହେବେ । ସେମାନଙ୍କ ପଡ଼ୋଶୀ କହିଛନ୍ତି, ସକାଳୁ ସେ ଡ୍ୟୁଟି ଯାଉଥିଲେ । ସେହିସମୟରେ ଅଘଟଣ ଘଟିଛି । ଗୁଡ଼ି ସୂତା ଲାଗି ତାଙ୍କ ବେକ କଟିଯାଇଛି । ବେକରେ ୪ଟି ଷ୍ଟିଚ୍ ପଡିଛି । ମକର ସଂକ୍ରାନ୍ତି ପୂର୍ବରୁ ଏପରି ଅଘଟଣ ଘଟିଛି । ଚେକିଂ ହେଉନାହିଁ । ଖୁଲମଖୁଲା ଗୁଡ଼ି ସୂତା ବିକ୍ରି ହେଉଛି । ଏଥିରେ ପୁଲିସ୍ ପ୍ରଶାସନର ଅବହେଳା ରହିଥିବା ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି । ଆଗକୁ ଯେପରି ଏପରି ଅଘଟଣ ନ ଘଟୁ ସେ ଦିଗରେ ପ୍ରଶାସନକୁ ଧ୍ୟାନ ଦେବା ଆବଶ୍ୟକ ।​​​​​​ ​​​​​​​ତେବେ କଟକରେ ଗୁଡ଼ି ସୂତା ଲାଗି ବେକ କଟିବା ଘଟଣା ନୂଆ ନୁହେଁ । ନଭେମ୍ବର ମାସ ପରେ ପରେ ସହରରେ ମାଞ୍ଜା ସୂତା କାଳ ହୋଇଥାଏ । ବିଶେଷ କରି ବାଇକ୍‌ରେ ଯାଉଥବା ଲାେକ ଏହାର ଶିକାର ହୋଇଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ