ଜନଶୁଣାଣୀକୁ କେନ୍ଦ୍ର କରି ସାମ୍ବାଦିକଙ୍କୁ ହତ୍ୟା ଧମକ
ବେତନଟୀ (ଓ୍ବାଇଏନଏସ): ଆସନ୍ତା ଜୁନ ୨୫ ତାରିଖରେ ହେବାକୁ ଥିବା ଜନଶୁଣାଣୀ କାର୍ଯ୍ୟକ୍ରମକୁ କେନ୍ଦ୍ର କରି ରବିବାର ବିଳମ୍ବିତ ରାତିରେ ବେତନଟୀ ଅଞ୍ଚର ସାମ୍ବାଦିକ ଉଦିତ ପରିଡାକୁ ହତ୍ୟା ଧମକ ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରାଯାଇ ଥିବାର ଜଣା ପଡିଛି I ଫୋନ କରିଥିବା ଯୁବକ ଜଣକ ବୈଶିଙ୍ଗା ଥାନା ଅଧୀନ ନାଖରା ଅଞ୍ଚଳର ଛତିଶ ମଣ୍ଡଳ ବୋଲି ଜଣାପଡିଛି I ଘଟଣାରୁ ପ୍ରକାଶ ଯେ, ବେତନଟୀ ଅଞ୍ଚଳର ସାମ୍ବାଦିକ ଉଦିତ ପରିଡା ନିୟମିତ ଭାବେ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ନେଇ ଖବର ଲେଖୁଥିବା ବେଳେ ରବିବାର ପ୍ରାୟ ରାତି ୧୧ ଟା ସମୟରେ ସେ ଶୋଇବାକୁ ଯାଉଥିବା ସମୟରେ ତାଙ୍କୁ ଫୋନ ଯୋଗେ ଛତିଶ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଆରମ୍ଭ କରିଥିଲେ ଏବଂ ହ୍ୱାଟ୍ସଆପ ରେ କଲ ରିସିଭ କରିବାକୁ ବାଧ୍ୟ କରିଥିଲେ I ପରେ ହ୍ଵାଟ୍ସଆପ ମାଧ୍ୟମରେ କଲ କରିବା ପରେ ସିଧାସଳଖ ବିଧାୟକ ବିରୁଦ୍ଧରେ ଖବର ପ୍ରଶାସନ କଲେ ଏବଂ ଜନଶୁଣାଣୀକୁ ଗଲେ ତୋତେ ଜୀବନରୁ ହତ୍ୟା କରିଦେବି ବୋଲି ଧମକ ଦେଇଥିଲେ ଏବଂ ବେତନଟୀ ଚଣ୍ଡୀ ଛକକୁ ଆସିବା ପାଇଁ କହିଥିଲେ I ଉଦିତ ସଂଗେସଂଗେ ଏବାବଦରେ ବେତନଟୀ ଥାନାଅଧିକାରିଣୀ ସସ୍ମିତା ମହାନ୍ତଙ୍କୁ ଜଣାଇଥିଲେ I ସୋମବାର ବେତନଟୀ ଥାନାରେ ଏନେଇ ଏକ ଅଭିଯୋଗ ମଧ୍ୟ କରାଯାଇଛି। ବଡ଼ସାହି ନିର୍ବାଚନ ମଣ୍ଡଳୀ ଅଞ୍ଚଳର ସମସ୍ତ ଅଭିଯୋଗକାରୀ, ସାମ୍ବାଦିକ, ଜନସାଧାରଣ ବ୍ଲକ ପରିସରରେ ହେବାକୁ ଥିବା ଜନଶୁଣାଣୀ ଶିବିରରେ କିଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ବ୍ଲକ ଏବଂ ପୋଲିସ ପ୍ରଶାସନ ଯତ୍ନବାନ ହେବାକୁ ମିଡ଼ିଆ ଏସୋସିଏସନ ନିବେଦନ କରିଛି I