ଛତ୍ରପୁର ରେ ଉଗାଦି ପର୍ବ ପାଳିତ
ଛତ୍ରପୁର, (ଓ୍ବାଇଏନଏସ) : ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ତେଲୁଗୁ କଲଚର ସୋସାଇଟି ପକ୍ଷରୁ ତେଲୁଗୁ ନବବର୍ଷ “ଉଗାଦି” ୨୦୨୬ ପର୍ବ ପାଳନ କରାଯାଇଛି l ଛତ୍ରପୁର ସହରର ବହୁ ତେଲୁଗୁ ସମ୍ପ୍ରଦାୟର ଲୋକେ ଗୋଟିଏ ଜାଗାରେ ଏକତ୍ରିତ ହୋଇ ଏହି ପର୍ବକୁ ଧୂମଧାମ ରେ ପାଳନ କରିଛନ୍ତି l ଏହି ଅବସରରେ ସନ୍ଧ୍ୟାରେ ତେଲୁଗୁ କଲଚର ସୋସାଇଟିର ଉପଦେଷ୍ଟା ଵି. ଶ୍ରୀନିବାସ ଙ୍କ ସଂଯୋଜନା ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଭିଜିଲାନ୍ସ ଏସପି ( କଟକ ) କେ. ବେଣୁ ଗୋପାଳ ଆଚାରୀ ଯୋଗଦେଇ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ମୁଖ୍ୟ ଵକ୍ତା ଭାବେ ଵି. ଶ୍ରୀନିବାସ ଆଚାରୀଲୁ ଏବଂ ସ୍ୱତନ୍ତ୍ର ଅତିଥି ଭାବେ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପାରାଓ ଯୋଗ ଦେଇ ଆସୋସିଏସନର ପରମ୍ପରା ଉପରେ କହିଥିଲେ l ପ୍ରାରମ୍ଭ ରେ ଜଲ୍ଲେପାଲି ହରି ଗୋପାଳ ଶାସ୍ତ୍ରୀ ଗରୁଙ୍କ ଦ୍ୱାରା ପ୍ରଭୁ ଗଣପତି ପୂଜା ଏବଂ ପଞ୍ଚାଙ୍ଗ ଶ୍ରାବଣମ୍ ହୋଇଥିବା ବେଳେ ଲଳିତା ସହସ୍ରନାମ୍ମା ପାରାୟଣମ୍, ଶ୍ଲୋକ ଗାନ, ଛତ୍ରପୁରର ମହିଳା ମଣ୍ଡଳୀ ସଦସ୍ୟଙ୍କ ଦ୍ୱାରା ଭଜନ ଅନୁଷ୍ଠିତ ହୋଇଥିଲା l ଶେଷରେ ଡ୍ରିମ ଡ୍ୟାନ୍ସ ଅନୁଷ୍ଠାନ ର କୁନି କୁନି ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସମସ୍ତ କାର୍ଯ୍ୟକ୍ରମ କୁ ଵି. ଭେଙ୍କଟ ରାମଣୀ, ଏନ. ପ୍ରଭାକର ରାଓ, କେ. ରାମବାବୁ, ଏ ରାବଣା ରାଓ ଓ ଇ. ରାଜକୁମାରଙ୍କ ସମେତ କମିଟି ଅନ୍ୟାନ୍ୟ ସଦସ୍ୟ ମାନେ ପରିଚାଳନା ରେ ସହଯୋଗ କରିଥିଲେ l ଅତିଥି ମାନଙ୍କ ଦ୍ୱାରା ପାରମ୍ପରିକ ପୋଷକ ନେଇ ଜି ମୋହନି ଓ ଇ. ଭେନି ଶ୍ରୀନିବାସ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l


