୬୫ ବର୍ଷ ବୟସରେ ମିଳୁନି ଭତ୍ତା, ହିତାଧୀକାରୀ ବ୍ଲକ ଧାଇଁ ଧାଇଁ ନୟାନ୍ତ

ହାଟଡିହି (ବିକାଶ ବିଶ୍ବାଳ): ସରକାର ଗରିବ ବୃଦ୍ଧ ବୃଦ୍ଧା ଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରି ଭତ୍ତା ଯୋଗାଇ ଦେବାର ବ୍ୟବସ୍ଥା ଥିଲେ ବି ଏହି ଯୋଜନାର ସଠିକ ସୁଫଳ ଲୋକେ ପାଇ ପାରୁ ନାହାନ୍ତି। ଏପରି ଅଵସ୍ଥା ଦେଖିବାକୁ ମିଳିଛି ହାଟଡିହି ବ୍ଲକ  ପଢ଼ିଆରିପଲ୍ଲୀ ପଞ୍ଚାୟତରେ । ଏହି ପଞ୍ଚାୟତ ଅଧିନସ୍ଥ ମହୁଲପଙ୍ଖା ଗ୍ରାମର ଅନେକ ହିତାଧୀକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ତୁଳସୀ ଦେହୁରୀ ୬୫ବର୍ଷରେ ପାଦ ଥାପିଥିବା ବେଳେ ପୁର୍ବରୁ ଅନେକ ଥର ଆବେଦନ କରିଥିଲେ ବି ତାଙ୍କୁ ଭତ୍ତା ଯୋଗାଇ ଦିଆ ଯାଇନି। ଏବେ ୬ମାସ ହେଲା ପୁନର୍ବାର ଅନ ଲାଇନରେ ବି ଆବେଦନ କରିଛନ୍ତି। ୩୦କିଲୋମିଟର ରୁ ଊର୍ଦ୍ଧ୍ବ ବାଟ ଅତିକ୍ରମ କରି ତିନି ଚାରିଥର ଫରିଲେନି ବୋଲି କହିଛନ୍ତି। ସେହିପରି ସୀତା ଦେହୁରି, କୁନି ଦେହୁରିଙ୍କ ଅଵସ୍ଥା ମଧ୍ଯ ସମାନ। ଭତ୍ତା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ଦୌଡି ଦୌଡି ନିରାଶ ହେବାକୁ ପଡ଼ିଛି। ଆଧାର ତ୍ରୁଟି ଥିବା ଦର୍ଶାଇ ତାଙ୍କୁ ଫେରାଇ ଦିଆ ଯାଉଛି ବୋଲି କହିଛନ୍ତି। କିନ୍ତୁ ସେମାନେ ଅନଭିଜ୍ଞ ଲୋକ ହୋଇଥିବାରୁ ତାଙ୍କ ଅଭିଯୋଗକୁ ବାବୁ ମାନେ ଶୁଣୁ ନଥିବା କହିଛନ୍ତି। ଆଜି ବ୍ଲକ କାର୍ଯ୍ୟାଳୟକୁ ଆସି ବିଡ଼ିଓ ଙ୍କୁ ସାକ୍ଷାତ କରିବାକୁ ଦୀର୍ଘ ସମୟ ଧରି ବାରଣ୍ଡାରେ ବସିଥିଲେ ଏହି ବୃଦ୍ଧାମାନେ । ସେମାନଙ୍କ ଦୁଃଖ ବିଡ଼ିଓ ନିଶ୍ଚିତ ଶୁଣିବେ ବୋଲି ସେମାନେ ଆଶାବାଦୀ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ