ବାଧକ ସାଜିଛି ଅଣ୍ଡର ପାସ : ଲୋକେ ବିପଦ ସଂକୁଳରେ କରୁଛନ୍ତି ଯାତାୟତ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର, ବିଷମ କଟକ ଓ କୋଲନରା ବ୍ଲକକୁ ସଂଯୋଗ କରୁଥିବା ରାସ୍ତାରେ ବାଧକ ସାଜିଛି ଅଣ୍ଡର ପାସ ରାସ୍ତା। ଲୋକେ ବିପଦ ଜନକ ଅବସ୍ଥାରେ ବିଶାଖାପାଟଣା ରାୟପୁର ରେଳ ଲାଇନରେ ଯାତାୟତ କରିବାକୁ ପଡୁଛି। କଲ୍ୟାଣଇଂହପୁର, ବିଷମ କଟକ ଓ କୋଲନରା ବ୍ଲକର ଠିକ ସୀମାନ୍ତରେ ଅଛି ଏହି ରାସ୍ତା। ଏହି ରାସ୍ତାରେ ତିନି ବ୍ଲକର ଲୋକଙ୍କୁ ମେଡିକାଲ ଶିକ୍ଷା ଓ ଗମନା ଗମନ ପାଇଁ ନିକଟତର ହୋଇଥିବାରୁ ସୁବିଧାରେ ଯାତାୟତ କରିବାରେ ବାଧକ ସାଜିଛି ରେଳ ଲାଇନ। ବାରମ୍ବାର ରେଳ ଲାଇନ ନିକଟରେ ଫାଟକ ବ୍ୟବସ୍ତା କିମ୍ବା ଅଣ୍ଡର ପାସ ବ୍ୟବସ୍ତା କରିବା ପାଇଁ ତିନି ବ୍ଲକ ବାସି ଦାବୀ କରିଥିଲେ। ଦାବୀ କରିବା ପରେ ଅଣ୍ଡର ପାସ ପାଇଁ ଅନୁମତି ମିଳିଥିଲେ ସୁଦ୍ଧା ବିଭାଗ କାର୍ଯ୍ୟକାରୀ କରିବାରେ ବିଳମ୍ବ କରୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।ଏହି ଅଣ୍ଡର ପାସ ରାସ୍ତା ନିର୍ମାଣ ହୋଇଗଲେ ଲୋକେ ନିର୍ଭୟରେ ଯାତାୟାତ କରିପାରିବେ ବୋଲି ଅଭିଯୋଗ ହୋଇଛି। ଏଣୁ ଯୁଦ୍ଧ କାଳୀନ ଭିତରେ କାର୍ଯ୍ୟ କରିବା ପାଇଁ ଦାବୀ ହୋଇଛି।


