ଭଞ୍ଜନଗର ବସଷ୍ଟାଣ୍ଡରେ ଅସ୍ୱାସ୍ଥ୍ୟକର ପରିବେଶ
ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଓଏସଆରଟିସି ବସଷ୍ଟାଣ୍ଡରେ ଅତ୍ୟନ୍ତ ଅପରିଷ୍କାର ଓ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଓଡିଶା ମାନବାଧିକାର କମିଶନଙ୍କ ପକ୍ଷରୁ କେସ ନଂ ୩୪୩୫ /୨୦୨୫ ପ୍ରକାରେ ଭୁବନେଶ୍ୱର ଓଏସଆରଟିସି ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କ ନିକଟକୁ ୧୯/୯/୨୫ ତାରିଖରେ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ଏନେଇ ବୁଗୁଡାର ବାସିନ୍ଦା, ଉଚ୍ଚ ନ୍ୟାୟାଳୟର ଓକିଲ ତଥା ମାନବାଧିକାର କର୍ମୀ ଆଡଭୋକେଟ ରଞ୍ଜିତ କୁମାର ପାତ୍ର ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ଓଡିଶା ମାନବାଧିକାର କମିଶନ ଏହା ଗ୍ରହଣ କରି ଆସନ୍ତା ୦୫/୧୨/୨୦୨୫ ତାରିଖରେ ଜବାବ ରଖିବା ପାଇଁ ଓଏସଆରଟିସି ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।