ପିପୁଲସ ହାଇ ସ୍କୁଲରେ ପୋଷାକ ବିତରଣ ଉତ୍ସବ
ବୁଗୁଡା, (ଅନୀଲ କୁମାର ମହାରଣା) : ବୁଗୁଡା ପିପୁଲସ ହାଇ ସ୍କୁଲରେ ସେପ୍ଟେମ୍ବର ୨୪ ତାରିଖ ଦିନ ଛାତ୍ରମାନଙ୍କ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସ୍କୁଲର ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ଼, ଶିକ୍ଷୟିତ୍ରୀ ସସ୍ମିତା କୁମାରୀ ତ୍ରିପାଠୀ ଓ ଜ୍ୟୋତ୍ସ୍ନା ସେଠୀ ଅତିଥି ଭାବେ ଯୋଗଦେଇ ୧୩୫ ଜଣ ଛାତ୍ରଙ୍କୁ ଦୁଇ ହଳ ଲେଖାଏ ପୋଷାକ ବଣ୍ଟନ କରିଥିଲେ।