କେନ୍ଦ୍ରବଜେଟ୍-୨୦୨୬: କେନ୍ଦ୍ରାପଡା ଜିଲ୍ଲାକୁ ଜଳପଥ, ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ଅଧିକାର
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲା ପ୍ରଦକ୍ଷଣ ଭବନରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶଶାଙ୍କଶେଖର ସେଠୀଙ୍କ ସଭାପତିତ୍ୱରେ କେନ୍ଦ୍ର ବଜେଟ୍ ୨୦୨୬ ଉପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ ଯୋଗଦେଇ ଚଳିତ କେନ୍ଦ୍ର ବଜେଟ୍ ଏକ ଯୁଗାନ୍ତକାରୀ ବଜେଟ୍ ବୋଲି ଅଭିହିତ କରିବା ସହ ଏହା ବିକସିତ ଭାରତ ଗଠନ ନିମନ୍ତେ ଯଶଶ୍ୱୀ ପ୍ରଧାନ ମନ୍ତ୍ରୀ ନରେନ୍ଦ ମୋଦୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଏକ ବଳିଷ୍ଠ ତଥା ମହତ୍ୱାଙ୍କକ୍ଷି ପଦକ୍ଷେପ ବୋଲି ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ସାଧାରଣ ସମ୍ପାଦକ ଅମିତାଭ ସୁଆର, ଉପସଭାପତି ଜୀବନାନନ୍ଦ ସାହୁ, ବିଚିତ୍ର କୁମାର ପ୍ରଧାନ, ପ୍ରଥେଶ୍ ନାୟକ ସମ୍ପାଦିକଶୁଭକାନ୍ତ ନାୟକ, ଝିଲ୍ଲି ରାଣୀ ଦାସ, ପ୍ରଶାନ୍ତ ସେଠୀ, ଶ୍ରୀଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ପୂର୍ବତନ ଜିଲ୍ଲା ସଭାପତି କିଶୋର ପଣ୍ଡା, କେନ୍ଦ୍ରାପଡା ନେତ୍ରୀ ଗୀତାଞ୍ଜଳୀ ସେଠୀ, ଆଳି ବିଧାନସଭା ନେତା କୃଷ୍ଣଚନ୍ଦ୍ର ପଣ୍ଡା, ପାଟକୁରା ବିଧାନସଭା ନେତା ତେଜେଶ୍ୱର ପରିଡା, ରାଜ୍ୟ ସାମାଜିକ ଗଣମାଧଯୟମ ସଂଯୋଜକ ଉମାକାନ୍ତ ପଟ୍ଟନାୟକ, ରାଷ୍ଟ୍ରୀୟ ପରିଷଦ ସଭ୍ୟ ଦୁର୍ଯ୍ୟୋଧନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀକୁ ଜିଲ୍ଲାର ଉପସଭାପତି ମନିଷା ପଣ୍ଡା ପରିଚାଳନା କରିଥିବା ବେଳେ ସଂଜୟ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଡ.ପ୍ରଦୀପ୍ତ କିଶୋର ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


