ବିଷ୍ଣୁ ପ୍ରିୟା ବାଳାଶ୍ରମରେ ନିଆରା ହୋଲି ଉତ୍ସବ ପାଳିତ

 ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବିଷ୍ଣୁପ୍ରିୟା ବାଳାଶ୍ରମରେ ନିଆରା ହୋଲି ଉତ୍ସବ ପାଳିତ ହୋଇଯାଇଛି। । ଗୋଟିଏ ପଟେ ଅନାଥ ଶିଶୁ ଓ ଅନ୍ୟପଟେ ଘର ପରିବାର ଠାରୁ ଦୂରରେ ରହୁଥିବା ବୟସ୍କ ବୃଦ୍ଧ,ବୃଦ୍ଧା  ମାନେ ରଙ୍ଗ ଅବିର ଧରି ପରସ୍ପର ମଧ୍ୟରେ ହୋଲି ଖେଳୁଛନ୍ତି । ଅନ୍ୟପଟେ, ଆଶ୍ରମର କର୍ମକର୍ତ୍ତା ବୟସ୍କ  ବୃଦ୍ଧ ବୃଦ୍ଧା ମାନଙ୍କୁ ରଙ୍ଗବୋଲି ସେମାନଙ୍କ ମୁହଁରେ ହସ ଫୁଟାଇବା ସହିତ, ଆଶିଷ ଭିକ୍ଷା କରିଛନ୍ତି । ଆଜିର ହୋଲି ଏମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ଖୁସିର ଅବସର  ଆଣି ଦେଇଛି । ଜନ୍ମ ହେବା ପରେ କିଛି ଶିଶୁଙ୍କ ଜୀବନରୁ ଖୁସି ଉଭେଇଯାଏ । ଅନ୍ୟପଟେ ଘର ଓ ପରିବାର ସବୁ ଥାଇ ମଧ୍ୟ ପରିଣତ ବୟସରେ କିଛି ମହିଳା ଓ ପୁରୁଷ ଅସହାୟ ଅବସ୍ଥାରେ ଜରାନିବାସରେ ଅବଶିଷ୍ଟ ଜୀବନ ଅତିବାହିତ କରିଥାନ୍ତି । ଏଭଳି ଶତାଧିକ ଶିଶୁ ଓ କିଛି ମହିଳା ଓ ପୁରୁଷଙ୍କୁ ନେଇ ଗଠିତ ବିଷ୍ଣୁପ୍ରିୟା ବାଳାଶ୍ରମ ଓ ଜରା ନିବାସ । ଏହାର କର୍ମକର୍ତ୍ତା ମାନେ ଏଭଳି ଶିଶୁ ଓ ବୃଦ୍ଧ ବୃଦ୍ଧା ଙ୍କ ମୁଁହ ରେ ହସ ଫୁଟାଇବା ପାଇଁ ହୋଲି ଖେଳର ଆୟୋଜନ କରିଥିଲେ।  ନିଜ ଜୀବନରୁ ଉଭେଇ ଯାଇଥିବା ଖୁସିକୁ ଆଜିର ହୋଲିରେ ସତେ ଯେପରି ଏମାନେ ଫେରି ପାଇଛନ୍ତି । ବିଷ୍ନୁପ୍ରିୟା ବାଳାଶ୍ରମର ସମ୍ପାଦିକା କନକ ଲତା ଦାଶ, ଶର୍ମିଷ୍ଠା ନାୟକ, ପଦ୍ମାବତୀ ମହାନ୍ତ, ସୌମ୍ୟା ମହାନ୍ତି, ସନ୍ଧ୍ୟାରାଣୀ ଦାଶ, ନନ୍ଦ କିଶୋର ପତି, କରୁଣାକର ଜେନା, ଶରତ ବେହେରା, ଗୀତାଞ୍ଜଳି ପାଣ୍ଡା, ସ୍ବର୍ଣ୍ଣଲତା ମହାନ୍ତି, ମାଧୁରୀ ଜେନା, ଗୋଲାପ ନାଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ