ଜମନକିରା ଆକାଶରେ ଉଡିଲା ଅଜଣା ଯନ୍ତ୍ର : ଛକା ପଞ୍ଜାରେ ଅଞ୍ଚଳବାସି
ଜମନକିରା,(ଲିପନ ନାଏକ): ଭାରତ ପାକିସ୍ତାନ ଯୁଦ୍ଧ ବିଭିନ୍ନ ମୋଡ଼ ରେ ଥିବା ବେଳେ ଜମନକିରା ଆକାରରେ ଏକ ଅଜଣା ବସ୍ତୁ ଦେଖିବାକୁ ମିଳିଥିଲା। ମଙ୍ଗଳବାର ଅପରାହ୍ନ ପ୍ରାୟ ୧୨ ଟା ସମୟରେ ଜମନକିରା ବଶ ସ୍ଥାନ ରେ ଚଞ୍ଚଳ ଖେଳି ଯାଇଥିଲା ସମସ୍ତଙ୍କ ଆଖି ଆକାଶ ମାର୍ଗ ପଟକୁ ଥିଲା କିଏ କିଛି ବୁଝିବା ପୂର୍ବରୁ ଧୀରେ ଧୀରେ ଉଭାନ ହୋଇଗଲା। ଏଭଳି ଏକ ଘଟଣା ଜମନକିରା ରେ ଘଟିଥିଲା। କିଏ ଏହାକୁ ମିଶାଇଲ କହିଲା ତ କିଏ ପେରେସୁଟ କହିଲା ଯାହା ମୁହଁରେ ଆସିଲା ତାହା କହିଲା ହେଲେ ଏହା କଣ ଥିଲା କେହି ଜାଣି ପରିବା ପୂର୍ବରୁ ଆକାଶରେ ଉଭାନ ହୋଇଗଲା। ଏକ ଧଳା ରଙ୍ଗର ଏହି ବସ୍ତୁ କଣ ଥିଲା ତାହାକୁ ନେଇ ଏବେ ଅଞ୍ଚଳ ରେ ଆଲୋଡନା ସହିତ ନନା ଚର୍ଚ୍ଚା ହେଉଛି