ଅନ୍ଧାରରେ ବେତନଟୀ ଚଣ୍ଡୀଛକ
ବେତନଟୀ ( ଉଦିତ କୁମାର ପରିଡା ): ମୟୂରଭଞ୍ଜ ଜିଲ୍ଲା ବେତନଟୀ ଗଣମାଧ୍ୟମ ପକ୍ଷରୁ ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ପ୍ରଶାସନ ପକ୍ଷରୁ ବେତନଟୀ ଚଣ୍ଡୀଛକ ହାଇମାକ୍ସ ଲାଇଟର ମରାମତି ହୋଇପାରୁନାହିଁ । ସୂଚନା ଅନୁସାରେ ବେତନଟୀର ମୁଖ୍ୟଛକ କୁହାଯାଉଥିବା ଚଣ୍ଡୀଛକ ଗୋଲେଇରେ ଅନେକ ଦିନ ଧରି ହାଇମାକ୍ସ ଲାଇଟଟି ବନ୍ଦ ହୋଇପଡ଼ିରହିଥିବା ହେତୁ ସାଧାରଣ ଯାତ୍ରୀଙ୍କୁ ନାହିଁ ନଥିବା ଅସୁବିଧାରେ ସମୁଖୀନ ହେବାକୁ ପଡୁଛି। ପୂର୍ବ ସରକାର ସମୟରେ ପ୍ରାକ୍ତନ ବିଧାୟକ ନିଜ ହାତ ପାଣ୍ଠିରୁ ଚଣ୍ଡୀଛକରେ ଏକ ବଡ ହାଇମାକ୍ସ ଲାଇଟ ଲଗେଇଥିଲେ। କିଛି ବର୍ଷ ଜଳିବା ପରେ ଏହି ଲାଇଟ କୌଣସି ଯାନ୍ତ୍ରିକ ଅସୁବିଧା କାରଣରୁ ବନ୍ଦ ହୋଇଯାଇଥିଲା। ସେହି ପାଖାପାଖି ଦୋକାନୀଙ୍କ କହିବା ଅନୁସାରେ ବହୁ ଦିନ ବନ୍ଦ ରହିବା ପରେ ଏତେ ଦିନ ଧରି ପ୍ରଶାସନ ଓ ଜନପ୍ରତିନିଧିଙ୍କର ଦୃଷ୍ଟି ନପଡିବା ଯୋଗୁଁ ଗତ ବର୍ଷ ସେହି ଆଖ ପାଖ ଦୋକାନୀମାନେ ନିଜେ ଟଙ୍କା ଉଠାଣ କରି ଲାଇଟ ଟି ଦୁଇ ଦୁଇ ଥର ମରାମତି କରିବା ପରେ ଏହାକୁ ଜଳାଇଥିଲେ। ପୁଣି କିଛି ଦିନ ଯିବା ପରେ ଏହା ପୁଣିଥରେ ଖରାପ ହୋଇଯାଇଥିଲା। ବହୁ ଦିନ ବନ୍ଦ ରହିବା ପରେ ଏହାର ସ୍ଥାୟୀ ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଏଥିପ୍ରତି କୌଣସି ସ୍ଥାନୀୟ ଜନପ୍ରତିନିଧିଙ୍କ ଦୃଷ୍ଟି ନଥିବା ବହୁ ଦୁଃଖର ବିଷୟ। ଘଟଣାଅନୁସାରେ ବେତନଟୀର ମୁଖ୍ୟଛକ କୁହାଯାଉଥିବା ଚଣ୍ଡୀଛକ ଗୋଲେଇ ଦେଇ ପ୍ରତିଦିନ ଶହ ଶହ ଲୋକ ଗାଡିରେ ଯିବା ଆସିବା କରିଥାନ୍ତି । ହେଲେ ଲାଇଟ ଟି ବନ୍ଦହୋଇ ପଡି ରହିଥିବା ଯୋଗୁଁ ରାତିରେଦୋକାନ ଗୁଡିକ ବନ୍ଦ ହେବା ପରେ ଏହି ଗୋଳେଇ ରାସ୍ତାଟି ଅନ୍ଧକାର ହୋଇଯିବା ଫଳରେ ଅତି ବିପଦ ଜନକ ହେବା ସହ ଚୋରି ଛୀନତାଇର ଭୟ ରହିଥାଏ। କିଛି ମାସ ମଧ୍ୟରେ ବହୁ ବାର ଏହି ଗୋଳେଇରେ ଅନେକ ଦୁର୍ଘଟଣା ଦେଖିବାକୁ ମଧ୍ୟ ମିଳିଛି। ଲାଇଟ ବନ୍ଦ ରହୁଥିବା ଯୋଗୁଁ ଅନ୍ଧାରରେ ଅନେକ ବେଆଇନ ଗାଡି ସବୁ ସେହି ରାସ୍ତା ଦେଇ ଅତିକ୍ରମ କରୁଛି ସେ ପ୍ରତି ପ୍ରଶାସନର ଦୃଷ୍ଟି ରହୁନାହିଁ। ରାତିରେ ଅନେକ ଅସାମାଜିକ ବ୍ୟକ୍ତି ନିଶା ଖାଇ ବାଇକ ଯୋଗେ ସେହି ରାସ୍ତା ଦେଇ ବହୁ ଜୋରରେ ଯିବା ଆସିବା ଫଳରେ ଦୁର୍ଘଟଣାର ଭୟ ରହୁଛି। କାହା ସ୍ୱାର୍ଥରେ ଛକରେ ଲାଇଟ ଟି ମରାମତି କରାଯାଉନାହିଁ ତାହା ଅଞ୍ଚଳରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି। ଯେହେତୁ ପୂର୍ବସରକାର ସମୟରେ ପ୍ରାକ୍ତନ ବିଧାୟକ ଏହି ହାଇମାକ୍ସ ଲାଇଟଟି ଲଗାଇଥିଲେ ଏଣୁ ଏବେର ବିଧାୟକ ଏହି ଲାଇଟ ଟିକୁ ମରାମତି କରୁନଥିବା ବୋଲି ସ୍ଥାନୀୟ ଦୋକାନୀମାନେ ଆଲୋଚନା କରୁଛନ୍ତି। ଏବାବଦରେ କିଛି ଦିନ ତଳେ ଖବରରେ ପ୍ରକାଶ ପାଇଥିଲା। ହେଲେ କୌଣସି ସୁଫଳ ମିଳିପାରିନଥିଲା। ଆଗାମୀ ଦିନରେ ପ୍ରଶାସନ ଓ ଜନପ୍ରତିନିଧିଙ୍କ ଏଥିପ୍ରତି ଦୃଷ୍ଟି ପକାଇବା ସହ ଲାଇଟଟି ମରାମତି ହେଉ କିମ୍ବା ନୂଆ ହାଇମାକ୍ସ ଲାଇଟ ଲଗାଇବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏସବୁ ଗୁରୁତ୍ୱ ସମସ୍ୟାଗୁଡିକ ସମାଧାନ ପାଇଁ ଏଠାରେ ଲାଇଟଟି ଜଳାଇବା ନିଶ୍ଚିତ ଭାବେ ଜରୁରୀ ହୋଇପଡିଛି। ନହେଲେ ଆଗାମୀ ଦିନରେ ଦୁର୍ଘଟଣା, ଚୋରି, ଛୀନତାଇ ଏମିତି ବଢିଚାଲିବ ଓ ଅନ୍ଧାର ର ସାହାଯ୍ୟ ନେଇ ଅନେକ ବେଆଇନ ଗାଡି ସବୁ ରାସ୍ତା ଦେଇ ପାର ହଉଥିବ। ଡବଲଇଂଜିନ ସରକାରରେ ସ୍ଥାନୀୟ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହି ଗୁରୁତ୍ୱ ସମସ୍ୟାକୁ ଯଥା ଶୀଘ୍ର ସମାଧାନ ପାଇଁ ଜନସାଧାରଣ ଚାହିଁ ବସିଛନ୍ତି।


