କୋକୁଆ ଭୟରେ ଅସ୍ତରଙ୍ଗ ଅଂଚଳରେ ବିନା ପଞ୍ଜିକୃତ ଔଷଧ ଦୋକାନୀ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ସ୍ୱାସ୍ଥ୍ୟ ବିଭାଗ, ପ୍ରଶାସନର ନୀରବତା ପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ ଛତୁ ଫୁଟିଲା ଭଳି ଖୋଲି ଯାଇଛି ନିମ୍ନ ମାନର ଔଷଧ କାରବାର ଦୋକାନ। ଯାହା ଫଳରେ ଅଶିକ୍ଷିତ ବ୍ୟବସାୟୀ ଙ୍କ ଦ୍ୱାରା ନିମ୍ନ ମାନର ଔଷଧ ଖାଇ ରୋଗୀଙ୍କ ରୋଗ ବୃଦ୍ଧି ପାଉଛି। ଏହା ସହ ବିନା ଫାର୍ମାସିଷ୍ଟ ରେ ଔଷଧ ବିକ୍ରି କରୁଛନ୍ତି ଅସାଧୁ ବ୍ୟବସାୟୀ।ବାରମ୍ବାର ଖବର ପ୍ରକାଶିତ ପରେ ଏକ ମାସ ମଧ୍ୟରେ ଡ୍ରଗ୍ସ ବିଭାଗର ବାରମ୍ବାର ଗ୍ରସ୍ତ ଔଷଧ କାରବାର କିମ୍ବା ବିନା ଲାଇସେନ୍ସ ଦୋକାନ କରିଥିବା ଔଷଧ ବ୍ୟବସାୟୀ ଙ୍କ ମନରେ ଛନକା ସୃଷ୍ଟି ହୋଇଛି। ଖବର ମୁତାବକ, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ ପ୍ରତି ଗାଁରେ ଛତୁ ଫୁଟିଲା ଭଳି ଖୋଲିଛି ଔଷଧ ଦୋକାନ। ଏଥିରେ ବିଭିନ୍ନ କମ୍ପାନୀର ନକଲି ଔଷଧ ବିକ୍ରି କରୁଥିବା ଅଭିଯୋଗ ହେଉଛି। ନକଲି ଓ ନିମ୍ନ ମାନର ଔଷଧ ବିକ୍ରି କରୁଥିବା ଅଭିଯୋଗ ହେଉଛି। ରୋଗୀ ଶୋଷିତ ହେଉଛନ୍ତି। ଏ ନେଇ ଖବର ପ୍ରକାଶିତ ପରେ ଏକ ମାସ ମଧ୍ୟରେ ତିନି ଥର ଡ୍ରଗ୍ସ ବିଭାଗ ଗ୍ରସ୍ତ। ଡିସେମ୍ବର ୧୯(ଶୁକ୍ରବାର )ପରେ ତୃତୀୟ ଥର ଜାନୁୟାରୀ ୦୯ତାରିଖ ପୂର୍ବାହ୍ନ ୧୧ଘଟିକା ରେ ପୁରୀ ଅତିରିକ୍ତ ଭେଷଜ ନିୟନ୍ତ୍ରକ ଡ଼ଃ ସୁଦର୍ଶନ ବିଶ୍ୱାଳ ଙ୍କ ତତ୍ୱାବଧାନ ରେ ପୁରୀ ଭେଷଜ ନିରୀକ୍ଷକ ଜ୍ଞାନଦା ଶୁଭଦର୍ଶନୀ ନନ୍ଦ, ପୁରୀ ରେଞ୍ଜ ୨ଭେଷଜ ନିରୀକ୍ଷକ ହିତେଶ କୁମାର ବେହେରା,ଖୋର୍ଦ୍ଧା ଭେଷଜ ନିରୀକ୍ଷକ ଅର୍ଧେନ୍ଦୁ ଶେଖର ମାନ ସିଂ ଗ୍ରସ୍ତ କରି ଶୁକ୍ରବାର ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଶିଶୁଅ ଛକ ରେ ଥିବା ଏକ ଔଷଧ ଦୋକାନରେ ଦିନ ତମାମ ଯାଞ୍ଚ କରିଥିଲେ। ଦୋକାନରୁ ଔଷଧ ନମୁନା ଯାଞ୍ଚ, ଗର୍ଭ ନଷ୍ଟ କିଟ,ଫାର୍ମାସିଷ୍ଟ ଉପସ୍ଥିତି ଯାଞ୍ଚ, ଲାଇସେନ୍ସ ଯାଞ୍ଚ, କାଗଜ ପତ୍ର ଯାଞ୍ଚ, ରେକର୍ଡ ଯାଞ୍ଚ କରାଯାଇଥିଲା ଏହା ସହ ଅନେକ ନମୁନା ସଂଗ୍ରହ କରି ବିଭାଗୀୟ ଅଧିକାରୀ ନେଇଥିଲେ।ଭେଷଜ ବିଭାଗ ନିଦ୍ଧିଷ୍ଟ ଔଷଧ ଦୋକାନରେ ଚଢ଼ାଉ ଖବର ପାଇଁ ଅଚାନକ ବ୍ୟବସାୟୀ କ୍ଷଣିକ ମଧ୍ୟରେ ଔଷଧ ଦୋକାନ ତାଲା ପକାଇ ପଳାଇ ଯାଇଥିଲେ।ଏ ନେଇ ଡ୍ରଗ୍ସ ବିଭାଗ ଅଧିକାରୀ କହିଛନ୍ତି ଆଗାମୀ ଦିନରେ ସ୍ୱତନ୍ତ୍ର ଟିମ୍, ପୋଲିସ ଓ ତହସିଲଦାର ଙ୍କ ଉପସ୍ଥିତ ରେ ଔଷଧ ଦୋକାନ ଯାଞ୍ଚ ସହ ସିଲ ମଧ୍ୟ କରାଯିବ। ଔଷଧ ଦୋକାନ ରେ ଇଞ୍ଜେକ୍ସନ ଦେବା, ସାଲାଇନି ଲଗାଇବା ଅନୁମତି ନଥିବା ବେଳେ ଅସ୍ତରଙ୍ଗ, ନଗର, ଆଳସାହି, ଖଣ୍ଡାସାହି, ତାଳଦା, ପୋଟଳ ଛକ ସମେତ ଅନେକ ସ୍ଥାନରେ ବିନା ଲାଇସେନ୍ସ ରେ କାରବାର ହେଉଥିବା ବିଶେଷ ସୂତ୍ରରୁ ଜଣା ପଡିଛି। ଅଭିଜ୍ଞ ଡକ୍ଟର ଏବଂ ଫାର୍ମାସିଷ୍ଟ ଙ୍କ ବିନା ପରାମର୍ଶ ରେ ଏହି ସେବା ଦିଆଯାଉ ଥିବାରୁ ବାରମ୍ବାର ଅଘଟଣ ଘଟୁଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ