ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଶିଶୁ ଭବନ ପରିସରରୁ ଭଙ୍ଗା ଗଲା ଅସୁରକ୍ଷିତ କୋଠା
କଟକ,(ଓ୍ବାଇଏନଏସ) : ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଶିଶୁ ଭବନ ପରିସରରୁ ଅସୁରକ୍ଷିତ କୋଠାଗୁଡିକୁ ଭଙ୍ଗାଯାଇଛି । ଏହି କ୍ରମରେ ଆଜି ଶିଶୁ ଭବନ ପରିସରରେ ଥିବା ପ୍ରାୟ ୪ଟି କ୍ୱାର୍ଟରକୁ ସମ୍ପୁର୍ଣ୍ଣ ଭାବେ ଭାଙ୍ଗି ଦିଆଯାଇଛି । ମାଜିଷ୍ଟ୍ରେଟ୍ ଓ ପୋଲିସ୍ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଘଟଣାସ୍ଥଳରେ ଆର୍ ଆଣ୍ଡ ବି, ଟିପିସିଓଡିଲ୍ ଓ ୱାଟକୋର ଅଧିକାରୀମାନେ ଉପସ୍ଥିତ ଥିଲେ ।


