କଂଗ୍ରେସ କମିଟିର ସମ୍ପାଦକ ରବୀନ୍ଦ୍ର ଜେନାଙ୍କ ଅକାଳ ବିୟୋଗ

ହାଟଡିହି (ଓ୍ବାଇଏନଏସ): ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦକ ଥିବା ଡଅଁର ଗ୍ରାମର ରବୀନ୍ଦ୍ର ଜେନାଙ୍କ ଅକସ୍ମାତ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କର ୫୦ ବର୍ଷ ବୟସ ହୋଇଥିଲା । ସେ ଶାଳଣିଆଁ ଭାଟିଆ ରାସ୍ତାରେ ରହୁଥିବା ବେଳେ ଶାଳଣିଆଁ  ବଜାର କମିଟିର ସଦସ୍ୟ ଥିଲେ। ତାଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ପରଲୋକ ଖବର ପାଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ତାଙ୍କ ବାସଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେହିପରି ବଜାର କମିଟିର ସଭାପତି ଅମରବର ସେଠୀ, ସମ୍ପାଦକ ବ୍ରହ୍ମାନନ୍ଦ ଜେନା, ଝାନ୍ସୀରାଣୀ ଦାସ, ମଣିନାଥ ଜେନା,  ଲଲାଟେନ୍ଦୁ ନାୟକ, କାଳନ୍ଦୀ ସାହୁ, ଅନାଥ ନାୟକ, ରମେଶ ସା, ମୁରଲୀଧର ନାୟକ, ମିଟୁଆ ନାୟକ, ପଞ୍ଚାନନ ଦେଓଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଓ ବ୍ୟବସାୟୀ ମାନେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମରଶରୀରକୁ ବଜାର ପରିକ୍ରମା କରାଯାଇ ତାଙ୍କ ଜନ୍ମସ୍ଥାନ ଡ ଅଁର ଗ୍ରାମକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ତାଙ୍କ ବିୟୋଗରେ ଶାଳଣିଆଁ ବଜାରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖା ଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ