ବରିଷ୍ଠ ସାମ୍ବାଦିକ ମକରଧ୍ବଜ ଜେନାଙ୍କ ଅକାଳ ବିୟୋଗ
ହାଟଡିହି (ବିକାଶ ବିଶ୍ବାଳ) : ହାଟଡିହି ଅଞ୍ଚଳର ବରିଷ୍ଠ ସାମ୍ବାଦିକ ମକରଧ୍ବଜ ଜେନାଙ୍କ ୫୯ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି। ସେ ଗତ କିଛିଦିନ ଧରି ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ। ଗତକାଲି ରାତିରେ ତାଙ୍କର ପରଲୋକ ଘଟିଥିଲା। ସେ ଦୀର୍ଘଦିନ ଧରି ଅମୃତ ଦୁନିଆ କାଗଜର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ପରଲୋକ ଖବର ପାଇ ସାମ୍ୱାଦିକ କିଶୋର ଆଚାର୍ଯ୍ୟ, ଗୋପାଳକୃଷ୍ଣ ରାଉତ, ସଞ୍ଜୀବ ମହାନ୍ତି, ପାର୍ଥ ସୌରଭ ସା, ବିଭୂତି ଭୂଷଣ ଜେନା, ଦେବବ୍ରତ ବେହେରା, ନିରାକାର ପରିଡ଼ା, ମନମୋହନ ନାୟକ, ଅଭିମନ୍ୟୁ ଯେନା, ପୂର୍ବତନ ସମିତି ସଭ୍ୟ ବିରେନ୍ଦ୍ର ବିଶ୍ଵାଳ, ଅବସରପ୍ରାପ୍ତ ନିର୍ବାହୀ ସହକାରୀ ଯନ୍ତ୍ରୀ ରତ୍ନାକର ଯେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରିବା ପରେ ଗାଁ ଶ୍ମଶାନରେ ସଂସ୍କାର କରାଇ ଥିଲେ।


