ଯୁବସମାଜସେବୀଙ୍କ ଅକାଳ ବିୟୋଗ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ବିଶିଷ୍ଟ ଯୁବ ସମାଜସେବୀ ଆଇନଜୀବୀ ଅନିଲ କୁମାର ଧଳଙ୍କର ୩୨ବର୍ଷ ବୟସରେ ହୃଦ୍ଘାତରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଅକାଳ ବିୟୋଗ ହୋଇଯାଇଛି। ସେ ସୁପ୍ରିମ କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟରତ ଥିଲେ। ସେ ଜଣେ ସମାଜସେବୀ, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବେ ସାଧାରଣରେ ପରିଚିତ ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ତରଡିପାଳ ଗ୍ରାମର ସ୍ୱର୍ଗତ ଡମ୍ବରୁଧର ଧଳ ଓ କନକଲତା ଧଳଙ୍କର ଜ୍ୟେଷ୍ଠପୁତ୍ର ଥିଲେ। ତାଙ୍କ ଶେଷକୃତ୍ୟ ଗ୍ରାମ୍ୟ ଶ୍ମଶାନରେ ସମ୍ପନ୍ନ ହୋଇଛି।


