ଡାକ୍ତର ଶରତ ଚନ୍ଦ୍ର ମିଶ୍ରଙ୍କର ସଂଘର୍ଷ ଓ ସଫଳତା ପୁସ୍ତକର ଉନ୍ନୋଚନ
ଭୁବନେଶ୍ୱର (ଓ୍ବାଇଏନଏସ); ଜୀବନି ସାହିତ୍ୟକୁ ନେଇ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି ହୋଇପାରିବ, ଭାଷା, ସାହିତ୍ୟ ଓ ସଂସ୍କୃତି, ସାମାଜିକ ଓ ରାଜନୈତିକ ବ୍ୟକ୍ତିିମାନଙ୍କ ଜୀବନର ଆଧାର ହୋଇଥାଏ। ରାଜନୀତି, ଭାଷା, ସାହିତ୍ୟ ଓ ସଂସ୍କୃତି ବ୍ୟକ୍ତିର ନୁହେଁ ଜନ ସମୂହର ବୋଲି ଚଲାପଥର ୫୧ତମ ହୀରକ ଜୟନ୍ତୀ ପ୍ରାରମ୍ଭ ବର୍ଷ ପାଳନ ଅବସରରେ ଡାକ୍ତର ଶରତ ଚନ୍ଦ୍ର ମିଶ୍ରଙ୍କ ସାରସ୍ୱତ ସୃଷ୍ଟି ସଂଘର୍ଷ ଓ ସଫଳତା ପୁସ୍ତକର ଉନ୍ମୋଚନ ଉତ୍ସବକୁ ଉଦ୍ଘାଟନ କରି ଓଡ଼ିଶାର ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଜ୍ଞ ରାଜନେତା ତଥା ପୁର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଲେ ଯେ ଜୀବନର ଅନୁଭବକୁ ନେଇ ବାସ୍ତବ ସାହିତ୍ୟ ସୃଷ୍ଟି ହୋଇଥାଏ । ରାଜନୈତିକ ଓ ସାମାଜିକ ଚିନ୍ତା ଓ ଚେତନାକୁ ନେଇ ସୃଷ୍ଟି ହେଉଥିôବା ଜୀବନି ସାହିତ୍ୟ ହେଉଛି ନିଚ୍ଛକ ସତ୍ୟର ପ୍ରତିଫଳନ । ସାହିତ୍ୟିକମାନେ ସେମାନଙ୍କର କଲମ ମୁନରେ ରାଜନୈତିକ ଦୃଶ୍ୟପଟ୍ଟକୁ ମଧ୍ୟ ବଦଳାଇ ଦେଇପାରିବେ । ବିଶିଷ୍ଟ ଅତିଥି ଭାବେ ଯୋଜଦେଇ ବରିଷ୍ଠ ସାମ୍ବାଦିକ ତଥା ନିର୍ଭୟ ସମ୍ବାଦ ପତ୍ରର ସମ୍ପାଦକ ନବୀନ ଦାସ କହିଲେ ଯେ ଶାସନ ଓ ପ୍ରଶାସନ କ୍ଷେତ୍ରରେ ଦେଖା ଦେଉଥିବା ବିଶୃଙ୍ଖଳାକୁ ସମ୍ବାଦପତ୍ର ମାନେ ଏକ ସକରାତ୍ମକ ଢଙ୍ଗରେ ଉପସ୍ଥାପିତ କରି ସମାଜର କଲ୍ୟାଣ ଲାଗି କାର୍ଯ୍ୟ କରିବା ଉଚିତ । ସାରସ୍ୱତ ସାଧକମାନଙ୍କର ଚଲାପଥ କୁସୁମିତ ନହେଲେ ସାହିତ୍ୟ, ସଂସ୍କୃତି ଓ ପ୍ରଗତୀର ନନ୍ଦୀଘୋଷ ଅଟକି ଯିବ। ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସାମ୍ବାଦିକ ୟୁନିୟନର ସଭାପତି ପ୍ରସନ୍ନ ମହାନ୍ତି କହିଲେ ଯେ କଳା, ସାହିତ୍ୟ, ସଂସ୍କୃତିର ସୁରକ୍ଷା ଓ ଉନ୍ନତି ଲାଗି ସରକାରଙ୍କର ଯେତିକି ଭୂମିକା ରହିଛି ସମ୍ବାଦ ପତ୍ର ମାନଙ୍କର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଜୀବନି ସାହିତ୍ୟ ପୁସ୍ତକ ଜନ ଜୀବନର ଚିନ୍ତା ଓ ଚେତନାକୁ ପ୍ରଭାବିତ କରିଥାଏ । ଭାଷା ଓ ସାହିତ୍ୟ ଶାସନ ଓ ପ୍ରଶାସନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇଥାଏ । ଡାକ୍ତର ଶରତ ଚନ୍ଦ୍ର ମିଶ୍ରଙ୍କ ଲିଖିତ ପୁସ୍ତକ ସଂଘର୍ଷ ଓ ସଫଳତାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଚଲାପଥର ପ୍ରତିଷ୍ଠାତା ହଳଧର ଧୀର ଚଲାପଥର ୫୧ ବର୍ଷର ଦୀର୍ଘ ଯାତ୍ରାପଥର କାହାଣୀ ବର୍ଣ୍ଣନା କରିଥିଲେ । ଏହି ଉତ୍ସବରେ ସଂଘର୍ଷ ଓ ସଫଳତା ପୁସ୍ତକର ଲେଖକ ଡାକ୍ତର ଶରତ ଚନ୍ଦ୍ର ମିଶ୍ର ତାଙ୍କ ଜୀବନର ଦୀର୍ଘ ଯାତ୍ରାପଥର ସ୍ମୃତି ଓ ଅନୁଭୂତିକୁ ନେଇ ତାଙ୍କର ଏହି ଆତ୍ମ ଜୀବନି ସାହିତ୍ୟ ପୁସ୍ତକ ଜନ ଜୀବନରେ ପାଠକମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ଆଶା ପ୍ରକାଶ କରିଥିଲେ । ଏହି ଉତ୍ସବରେ ଚଲାପଥର ସଭାପତି ବିଜୟଲକ୍ଷ୍ମୀ ମହାନ୍ତିପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ପଣ୍ଡା, ଚଲାପଥର ଉପସଭାପତି ତଥା ସ୍ମୃତିଲିପିର ସମ୍ପାଦକ ଭୁବନ ମୋହନ ମହାନ୍ତି, ପ୍ରଫେସର ଗୀତାଶ୍ରୀ ପ୍ରିୟମ୍ବଦା, ଯୋଗେନ୍ଦ୍ର କୁମାର ନାୟକ, ସାହିତ୍ୟିକା ଗିରୀଜା ମଞ୍ଜରୀ ପାଢ଼ୀ, ବୀଣାପାଣି ଚୌଧୁରୀ, ଅଧ୍ୟାପିକା ଗୀତାଞ୍ଜଳୀ ଦଳେଇ, ମଧୁସ୍ମିତା ଶା ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ଅତୀତ ଓ ବର୍ତ୍ତବାନର ସ୍ଥିତି ଓ ପ୍ରଗତି ଉପରେ ଆଲୋଚନା କରିଥିଲେ । ଉତ୍ସବରେ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଶତାଧିକ କବି ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ । ସାରସ୍ୱତ ପ୍ରତିଭା ସଲୀଳା ମହାନ୍ତି, ତରୁଣବାଳା ମହାପାତ୍ର, ବିଜୟ କୁମାର ଦାସ, ନଟବର ସାହାଣୀ, ବିକାଶ ରଂଜନ ଦାସ, ବୀଣାପାଣି ଚୌଧୁରୀ ପ୍ରମୁଖକୁ ଚଲାପଥ ସମ୍ମାନ ପ୍ରଦାନ କରାଯାଇଥିଲା ।