ଗଜପତିରୁ ପଞ୍ଜାବକୁ ୬ କ୍ଵିଣ୍ଟାଲ ଗଞ୍ଜେଇ ଚୋରାଚାଲାଣ ବେଳେ ଟ୍ରକ୍ ଜବତ, ୨ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):  ଗଜପତି ଜିଲ୍ଲାରୁ ପଞ୍ଜାବକୁ ୬ କ୍ଵିଣ୍ଟାଲ ଗଞ୍ଜେଇ ପଞ୍ଜାବ କୁ ଚୋରା ଚାଲାଣ ବେଳେ ଜବତ କରାଯାଇ ଥିବା ଜଣା ଯାଇଛି. ଏହି ଜବତ ଗଞ୍ଜେଇର ମୂଲ୍ୟ 50 ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ସୂଚନା ମିଳିଛି.  ଅଡ଼ବା ଥାନା ଯୁଡାଆମ୍ବ ଗାଁ ନିକଟରେ ଟ୍ରକ ସହ ୬ କ୍ରିଣ୍ଟାଲ ଗଞ୍ଜେଇ ଜବତ କରିଛି ଗଜପତି ପୁଲିସ। ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ୨ ଜଣ ଗଞ୍ଜେଇ ଚୋରାଚାଲାଣକାରୀ ଗିରଫ କରାଯାଇଛି। ସେମାନେ ହେଲେ ପଞ୍ଜାବର ଦିଲୱାର୍ଡ ସିଂ (୬୨) ଓ ଅଡବା ଥାନା ପରମାଗୁଡା ଗାଁର ବିଜୟ ନାୟକ (୩୮) । ଚଢ଼ଉ ବେଳେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ ମାରିଛି। ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି | ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଅଡବା ଥାନାପକ୍ଷରୁ ଯୁଡ଼ାଆମ୍ଭ ଗାଁ ନିକଟରେ ପାଟ୍ରୋଲିଂ କରାଯାଉଥିଲା । ଏହି ସମୟରେ ଏକ ଟ୍ରକ ରାସ୍ତାରେ ଛିଡା ହୋଇଥିବା ବେଳେ କିଛି ବସ୍ତା ଭର୍ତ୍ତି କରାଯାଉଥିବା ଦେଖିବାକୁ ପାଇଥିଲା ପୁଲିସ | ପୁଲିସ ଚଢ଼ଉ ଓ ଯାଞ୍ଚ କରିବା ପରେ ଏଥିରେ ୬ କ୍ରିଣ୍ଟାଲ ୧୪ କିଲୋ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡ଼ିଥିଲା। ଉକ୍ତ ଗଞ୍ଜେଇ ଜବତ କରାଯିବା ସହ ୨ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି ପୁଲିସ | ଏହି ଗଞ୍ଜେଇ ପରମାଗୁଡାରୁ ପଞ୍ଜାବ ଚାଲାଣ ହେଉଥିଲା। ଜବତ ଗଞ୍ଜେଇର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ। ଅଡବା ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଥାନା ଅଧିକାରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ