ସିଏମ୍‌ସି କାଉନସିଲ ବୈଠକରେ ହଙ୍ଗାମା, ବିଜେଡି ଓ ବିଜେପି କର୍ପୋରେଟର ମୁହାଁମୁହିଁ

କଟକ, (ଓ୍ବାଇଏନଏସ): ସିଏମସି କାଉନସିଲ ବୈଠକରେ ହଙ୍ଗାମା । ବୈଠକରେ ଖରାପ ଶବ୍ଦର ପ୍ରୟୋଗକୁ ନେଇ ତୁମୁଳକାଣ୍ଡ । ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପିର କର୍ପୋରେଟର । ଏପରିକି ମାଇକ ଭାଙ୍ଗିବା, ଫୁଲଦାନୀ ଫୋପାଡ଼ିବା ସହ ଠେଲପେଲା ହେବାଭଳି ପରିସ୍ଥିତି ଦେଖିବାକୁ ମିଳିଛି । ପରିଣାମ ସ୍ୱରୂପ କାଉନସିଲ ବୈଠକ ଅଧାରୁ ବନ୍ଦ ରହିଛି । ଉଭୟ ପକ୍ଷଙ୍କୁ ବୁଝାଇବା ଲାଗି ମେୟର ଚେଷ୍ଟା କରିଥିଲେ ସୁଧା ପରିସ୍ଥିତି ସୁଧୁରିନଥିଲା । ସୂଚନା ଥାଉକି, ଆଜି ବସିଥିଲା ସିଏମସି କାଉନସିଲ ବୈଠକ । ବୈଠକରେ ବାଲିଯାତ୍ରା ସହ ଅନେକ ପ୍ରସଙ୍ଗରେ ଆଲୋଚନା ହେବାର ଥିଲା । ତେବେ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲେ ବିଜେଡି ଓ ବିଜେପିର କର୍ପୋରେଟର । ଏତିକି ବେଳେ ଜଣେ ସଦସ୍ୟ ବୈଠକରେ ଅପ ଶବ୍ଦ ବ୍ୟବହାର କରିଥିଲେ । ଯାହାକୁ ନେଇ ମିଟିଂରେ ହଙ୍ଗାମା ପରିସ୍ଥିତି ହୋଇଥିଲା । ଏମିତିକି ବୈଠକରେ ଚେୟାର ବି ଉଡିଥିଲା । ପରେ ସ୍ଥିତି ନିୟନ୍ତ୍ରଣ କରିବାକୁ ମେୟର ହସ୍ତକ୍ଷେପ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ