ପଟ୍ଟାଭୁକ୍ତ ଜମିରେ ରାସ୍ତା ନିର୍ମାଣକୁ ନେଇ ଧରମପୁର ଗ୍ରାମରେ ଉତ୍ତେଜନା
ହାଟଡିହି,(ବିକାଶ ବିଶ୍ବାଳ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତ ଧରମପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ପଟ୍ଟା ଭୁକ୍ତ ଜମିରେ ରାସ୍ତା ନିର୍ମାଣକୁ ନେଇ ଉତ୍ତଜନା ପ୍ରକାଶ ପାଇଛି। ସରକାରଙ୍କର ଅନୁଦାନରେ ଆର.ଡି ବିଭାଗ ପକ୍ଷରୁ ଧରମପୁର ଠାରୁ ଶୀଳପୋଖରୀ ଓ ମିଠିଗାଁ ପର୍ଯ୍ୟନ୍ତ ରାସ୍ତା ସଂଯୋଗୀକରଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଧରମପୁରର ଜଣେ ବ୍ୟକ୍ତି ନିଜ ପଟ୍ଟାଭୂକ୍ତ ଜମିରେ ରାସ୍ତା ଯାଉଥିବା କହି ଗତବର୍ଷ ଠାରୁ ରାସ୍ତା ନିନ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଆସୁଛନ୍ତି। ଏପରିକି ଗତବର୍ଷ ରାସ୍ତା ନିର୍ମାଣ ସମୟରେ ନରହରି ବେହେରାଙ୍କ ସପରିବାର ଧାରଣାରେ ବସି କାର୍ଯ୍ୟକୁ ବିରୋଧ କରିଥିଲେ। କିନ୍ତୁ ବିଭାଗ ପକ୍ଷରୁ ତହସିଲ ମାଧ୍ୟମରେ ଜମି ଚିହ୍ନଟ କରାଗଲା ନାହିଁ। ଗତକାଲି ନରହରିଙ୍କ ପରିବାରର ମୂଖ୍ୟ ମାନେ ଘରେ ନଥିବା ବେଳେ ରାସ୍ତା କାମ କରୁଥିବା ଠିକାଦାର କିଛି ଗ୍ରାମବାସୀଙ୍କୁ ଧରି ଜୋର ଜବରଦସ୍ତ ରାସ୍ତା କାମ କରାଉ ଥିବାବେଳେ ନାରହରି ଙ୍କ ପରିବାର ଲୋକେ ବିରୋଧ କରିଥିଲେ। ଫଳରେ ଗ୍ରାମବାସୀ ମାନେ ତାଙ୍କୁ ଜୋର ଜବରଦସ୍ତ ପେଲି ଘରକୁ ପଠାଇ ଦେଇ ରାସ୍ତା ନିର୍ମାଣ କରିଛନ୍ତି। ଏନେଇ ସୋ ସୋ ଥାନାରେ ଅଭିଯୋଗ ହେବାପରେ ପୁଲିସ ପହଞ୍ଚି ଶାନ୍ତି ବଜାୟ ରଖିବା ପାଇଁ ପରାମର୍ଶ ଦେବା ସହ ପରସ୍ପର ବୁଝାମଣା ଭିତ୍ତିରେ କାମ କରିବାକୁ କହିଥିଲେ। ଆଜି କାମ ବନ୍ଦ ଥିବାବେଲେ ନରହରିଙ୍କ ପରିବାର ଏନେଇ କୋର୍ଟରେ ମାମଲା ରୁଜ୍ଜୁ କରି ଆଇନିର ଆଶ୍ରୟ ନେବେ ବୋଲି କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବା ରେ ସେ କହିଛନ୍ତି ଯେ ଆମେ କାମ ବନ୍ଦ କରିଦେଇଛୁ। ତହସିଲଦାରଙ୍କୁ ଜଣାଇ ଚିହ୍ନଟ ପାଇଁ ଲେଖିବୁ, ଚିହ୍ନଟ ପରେ ରାସ୍ତା ନିର୍ମାଣ ହେବ ବୋଲି କହିଛନ୍ତି।


